News Room Odisha
BREAKING
Odia

ମାଁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ନିର୍ମାଣ କାମର ସମୀକ୍ଷା କରିବା ପରେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହାର ଲୋକାର୍ପଣ ପାଇଁ ତିଥି ଧାର୍ଯ୍ଯ ହୋଇସାରିଥିବା ବେଳେ ବଳକା କାମକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲୋକାର୍ପଣ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାରୁ ଏହାର [...]

Admin•January 13, 2024
Share Article:

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ନିର୍ମାଣ କାମର ସମୀକ୍ଷା କରିବା ପରେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହାର ଲୋକାର୍ପଣ ପାଇଁ ତିଥି ଧାର୍ଯ୍ଯ ହୋଇସାରିଥିବା ବେଳେ ବଳକା କାମକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲୋକାର୍ପଣ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାରୁ ଏହାର ପ୍ରସ୍ତୁତିର ମଧ୍ଯ ସମୀକ୍ଷା କରିଛନ୍ତି। ଏହି ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ ମଧ୍ଯ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles