News Room Odisha
BREAKING
Odia

ରେଳଧାରଣାରୁ ମିଳିଲା ବଣିକ ସଂଘ ସଭାପତିଙ୍କ ମୃତଦେହ

ବଲାଙ୍ଗୀର – ରେଳଧାରଣାରୁ ମିଳିଲା ବଲାଙ୍ଗିର ବଣିକ ସଂଘ ସଭାପତିଙ୍କ ମୃତଦେହ । ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖୁଜେନପାଲି ରେଳ ଧାରଣାରୁ ମିଳିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣାରେ ଫୋପାଡି ଦିଆଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ରେଲୱେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Admin•January 15, 2024
Share Article:

#Odia#Odisha#News
Share Article:

Related Articles