News Room Odisha
BREAKING
Odia

ବିମାନ ବିଳମ୍ବ ନେଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ

ନୂଆଦିଲ୍ଲୀ: ଉଡ଼ାଣ ବିଳମ୍ବ ନେଇ ଜଣେ ଯାତ୍ରୀ ରାଗିଯାଇ ବିମାନର ପାଇଲଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଇଣ୍ଡିଗୋ ଏୟାରଲାଇନର ଏକ ବିମାନରେ ଏଭଳି ଘଟଣା ଘଟିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବାବେଳେ ବିମାନର କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ବିମାନ ଉଡ଼ାଣ ନେଇ ଠିକ୍ ସମୟ ଘୋଷଣା ନ କରାଯିବା ଯୋଗୁଁ ଯାତ୍ରୀ [...]

Admin•January 15, 2024
Share Article:

ନୂଆଦିଲ୍ଲୀ: ଉଡ଼ାଣ ବିଳମ୍ବ ନେଇ ଜଣେ ଯାତ୍ରୀ ରାଗିଯାଇ ବିମାନର ପାଇଲଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଇଣ୍ଡିଗୋ ଏୟାରଲାଇନର ଏକ ବିମାନରେ ଏଭଳି ଘଟଣା ଘଟିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବାବେଳେ ବିମାନର କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ବିମାନ ଉଡ଼ାଣ ନେଇ ଠିକ୍ ସମୟ ଘୋଷଣା ନ କରାଯିବା ଯୋଗୁଁ ଯାତ୍ରୀ ଜଣକ ରାଗି ଯାଇଥିଲେ।

ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଘଟିଛି । ଇଣ୍ଡିଗୋ ବିମାନ ନମ୍ବର ୬ଇ-୨୧୭୫ ଦିଲ୍ଲୀରୁ ଗୋଆ ଯାଉଥିଲା | ଅଭିଯୁକ୍ତଙ୍କ ନାମ ସାହିଲ କଟାରିଆ ବୋଲି ଜଣାପଡିଛି। ଏହି ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ତାଙ୍କୁ ସିଆଇଏସ୍ଏଫକୁ ହସ୍ତାନ୍ତର କରିଥିଲେ। ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ବିମାନର କ୍ୟାପଟେନ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବା ବେଳେ ହଠାତ୍ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ଯାତ୍ରୀ କ୍ୟାପଟେନ ଆଡକୁ ଦୌଡ଼ି ଯାଇ ତାଙ୍କ ମୁହଁକୁ ମୁଥ ମାରିଥିଲେ। ଏହାପରେ କ୍ୟାପଟେନଙ୍କ ନିକଟରେ ଠିଆ ହୋଇଥିବା ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ତୁରନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସୂଚନା ମୁତାବକ ଉକ୍ତ ବିମାନ ପ୍ରାୟ ୧୩ ଘଣ୍ଟା ବିଳମ୍ବ ଥିଲା। ଏଥିପାଇଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲ।

ଗତ କିଛି ଦିନ ଧରି ଇଣ୍ଡିଗୋ ଏୟାରଲାଇନ୍ ବିରୋଧରେ ଫ୍ଲାଇଟ୍ ବିଳମ୍ବ ନେଇ ଅନେକ ଅଭିଯୋଗ ଆସିଛି । ଏଥିପାଇଁ ଯାତ୍ରୀ ମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗତ କିଛି ଦିନ ଧରି ଇଣ୍ଡିଗୋର ଅନେକ ବିମାନ ବାତିଲ ଓ ବିଳମ୍ବ ହୋଇଛି । ଏହି କମ୍ପାନୀ ସଠିକ୍ ପ୍ରକ୍ରିୟା ପାଳନ କରୁନଥିବା ଅଭିଯୋଗ ହୋଇଛି ।

#Odia#Odisha#News
Share Article:

Related Articles