News Room Odisha
BREAKING
Odia

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର l ଚାରିଦ୍ବାରରେ ଚାଲିଛି ବେଦପାଠ, ଆଜି ମହାଯଜ୍ଞର ଦ୍ବିତୀୟ ଦିନ, ଆସନ୍ତାକାଲି ହେବ ପୂର୍ଣ୍ଣାହୂତି l ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ହେଉଛି ପ୍ରକମ୍ପିତ l ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ [...]

Admin•January 16, 2024
Share Article:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର l ଚାରିଦ୍ବାରରେ ଚାଲିଛି ବେଦପାଠ, ଆଜି ମହାଯଜ୍ଞର ଦ୍ବିତୀୟ ଦିନ, ଆସନ୍ତାକାଲି ହେବ ପୂର୍ଣ୍ଣାହୂତି l ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ହେଉଛି ପ୍ରକମ୍ପିତ l

ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି। ଉଭୟ ପାର୍ଶ୍ଵ ରେ ଥିବା ସମସ୍ତ କୋଠା ବାଡିକୁ ଗୋଟିଏ ରଙ୍ଗରେ ସଜ୍ଜା ଯାଇଛି। ଶ୍ରୀ କ୍ଷେତ୍ରକୁ ଆସୁଥିବା ସମସ୍ତ ଭକ୍ତଂକୁ ଆମ ସଂସ୍କୃତି ଓ ପରମ୍ପରା ସହିତ ପରିଚିତ କରାଇବା ପାଇଁ ପୁରୀ ମ୍ୟୁନିସିପାଳିଟି ମାର୍କେଟ କୋଠା ଏବଂ ଜଗନ୍ନାଥ ବଲ୍ଲଭ ମଠ ଗାତ୍ରରେ ସନ୍ଧ୍ୟାରେ ଶବ୍ଦ ଓ ଆଲୋକ ଦ୍ୱାରା କାଞ୍ଚି ଅଭିଯାନ ଓ ଆମ ଐତିହ୍ୟ ଗାଥା ସମସ୍ତଙ୍କ ମନୋରଞ୍ଜନ କରୁଛି। ସମଗ୍ର ପୁରୀ ଏକ ନବଵଧୁ ବେଶରେ ସତେ ଯେପରି ଶ୍ରୀ ଜଗନ୍ନାଥ ପ୍ରେମୀ ଙ୍କୁ ସ୍ୱାଗତ କରୁଛି। ରାଜ୍ୟ ସରକାର ସମସ୍ତ ଭକ୍ତ ଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ପ୍ରଶାସନିକ ସ୍ତରରେ କରିଛନ୍ତି। ରାଜ୍ୟ ସରକାରଙ୍କ ପଦସ୍ଥ ପ୍ରଶାସନିକ ଅଧିକାରୀ ମାନେ ଦିନରାତି ଏ କାର୍ଯ୍ୟର ସମୀକ୍ଷା କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବେଦଜ୍ଞ ବ୍ରାହ୍ମଣ ଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ରେ ପ୍ରକମ୍ପିତ ହେଉଛି।ଏହାସହ ପୁରୀର ପାରମ୍ପରିକ ଲୋକନୃତ୍ୟ ପରିବେଶ କୁ ଦ୍ବିଗୁଣିତ କରୁଛି। ଯଜ୍ଞଶାଳରେ ପବିତ୍ର ବୈଷ୍ଣବାଗ୍ନି ରେ ଯଜ୍ଞ ପ୍ରାରମ୍ଭ ହୋଇଛି। ଆସନ୍ତା କାଲି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ପୂର୍ଣ୍ଣାହୁତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ପ୍ରଦାନ କରିବେ। ଏହାପରେ ଐତିହ୍ୟ ସମ୍ପର୍ଣ୍ଣ ପରିକ୍ରମା ମାର୍ଗକୁ ଭକ୍ତ ମାନଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରାଯିବା ପାଇଁ ସ୍ଥିର କରାଯାଇଛି।

#Odia#Odisha#News
Share Article:

Related Articles