News Room Odisha
BREAKING
Odia

ଧରାକୋଟ: ବିଷ ପିଇଲେ ସପ୍ତମ ଶ୍ରେଣୀ ଛାତ୍ରୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବାହାରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ସ୍କୁଲ ହତାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସେ ଏକ ବୋତଲରୁ କିଛି ତରଳ ପଦାର୍ଥ ପିଇ ବାନ୍ତି କରିଥିଲେ। ତାଙ୍କ ସହପାଠୀ ଛାତ୍ରୀଜଣକ ଏହା ଦେଖି ପାଟି କରିଥିଲେ। ଛାତ୍ରୀଜଣଙ୍କୁ ସଙ୍ଗେ ସଙ୍ଗେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ଚିକିତ୍ସା ପରେ ତାଙ୍କ [...]

Admin•January 16, 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବାହାରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ସ୍କୁଲ ହତାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସେ ଏକ ବୋତଲରୁ କିଛି ତରଳ ପଦାର୍ଥ ପିଇ ବାନ୍ତି କରିଥିଲେ। ତାଙ୍କ ସହପାଠୀ ଛାତ୍ରୀଜଣକ ଏହା ଦେଖି ପାଟି କରିଥିଲେ। ଛାତ୍ରୀଜଣଙ୍କୁ ସଙ୍ଗେ ସଙ୍ଗେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି। ଅଧିକ ଚିକିତ୍ସା ପାଇଁ ଡାକ୍ତର ଛାତ୍ରୀଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେ କାହିଁକି ଏମିତି କଲେ ତାହାର କାରଣ ସ୍ପଷ୍ଟ ହୋଇପାରିନି।

#Odia#Odisha#News
Share Article:

Related Articles