News Room Odisha
BREAKING
Odia

ଭକ୍ତଙ୍କୁ ମିଳିବ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ – ଆଜି ପୌଷ ଶୁକ୍ଳ ସପ୍ତମୀ ଜାନୁଆରୀ ୧୭ ତାରିଖ । ଆଜି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଯିବ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଚାଲିଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ସହ ଉଦଘାଟିତ ହେବ ପରିକ୍ରମା ପ୍ରକଳ୍ପ। ଭକ୍ତ ପାଇବେ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି । ଗଜପତି ମହାରାଜା ଦିବ୍ୟସିଂହ ଦେବ [...]

Admin•January 17, 2024
Share Article:

ପୁରୀ – ଆଜି ପୌଷ ଶୁକ୍ଳ ସପ୍ତମୀ ଜାନୁଆରୀ ୧୭ ତାରିଖ । ଆଜି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଯିବ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଚାଲିଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ସହ ଉଦଘାଟିତ ହେବ ପରିକ୍ରମା ପ୍ରକଳ୍ପ। ଭକ୍ତ ପାଇବେ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି । ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ଗୋଟାଏ ୧୫ରୁ ସାଢେ ଗୋଟାଏ ମଧ୍ୟରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ । ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ବୈଦ୍ୟୁତିକ ଗଣମାଧ୍ୟମରେ ସିଧା ପ୍ରସାରଣ ହେବ । ଆଜି ଦିନକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି । ଆଜି ଘରେ ଘରେ ଦୀପ ଜାଳି, ଭଜନ କୀର୍ତ୍ତନ କରି ଲୋକାର୍ପଣ ଉତ୍ସବ ପାଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦୁଇ ଦିନ ତଳେ ଭିଡିଓ ବାର୍ତ୍ତା ଦେଇ ନିବେଦନ କରିଥିଲେ ।

ପ୍ରକଳ୍ପ ଉନ୍ମୋଚନ ପରେ ମୁଖ୍ୟମନ୍ତ୍ରୀ ଏଥିରେ ସହଯୋଗ ଓ ସହଭାଗିତା ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ । ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କୁ ପରିକ୍ରମା ମାର୍ଗ ବୁଲିବା ପାଇଁ ଛଡାଯିବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ଆୟୋଜନ କରାଯିବ। ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାରା ସହର ସିସିଟିଭି ସର୍ଭେଲାନ୍ସରେ ରହିବ ।
ଏଣେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ପୁରୀରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିବେ । ଏଗୁଡିକ ମଧ୍ୟରେ ରହିଛି ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ – ଶ୍ରୀ ସେତୁ ଓ ଶ୍ରୀ ମାର୍ଗ ।

ଲୋକାର୍ପଣ ପୂର୍ବରୁ ମଙ୍ଗଳବାର ରାତିରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡ ଜିରୋରେ ପ୍ରକଳ୍ପର ତଦାରଖ ସହ ଲୋକାର୍ପଣ ପ୍ରସ୍ତୁତିର ତଦାରଖ କରିଥିଲେ।

୨୦୧୯ ଡିସେମ୍ବର ମାସରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶିଳାନ୍ୟାସ କରାଯାଇଥିଲା । ଦୁଇ ବର୍ଷ ୫୪ ଦିନ ପରେ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି।

#Odia#Odisha#News
Share Article:

Related Articles