ସଂକ୍ଷେପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ ହେବ । ଆସନ୍ତା ସଂକ୍ଷେପରେ ଏହି ପ୍ରକଳ୍ପ ଉପରେ ନଜର ପକାଇବା । * ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆବାସିକ ଓ ବ୍ୟବସାୟିକ କୋଠା ଉଚ୍ଛେଦ କରାଯାଇ ଶ୍ରୀମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ବ୍ୟବସ୍ଥା। * ମେଘନାଦ ପାଚେରୀ ଚାରିପାଖରେ ନିର୍ମାଣ କରାଯାଇଥିବା ପ୍ରଦକ୍ଷିଣ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷାକର୍ମୀ, ସୁରକ୍ଷା ଗାଡ଼ି, ଅଗ୍ନିଶମ ଗାଡ଼ି [...]
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ ହେବ । ଆସନ୍ତା ସଂକ୍ଷେପରେ ଏହି ପ୍ରକଳ୍ପ ଉପରେ ନଜର ପକାଇବା ।
* ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆବାସିକ ଓ ବ୍ୟବସାୟିକ କୋଠା ଉଚ୍ଛେଦ କରାଯାଇ ଶ୍ରୀମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ବ୍ୟବସ୍ଥା।
* ମେଘନାଦ ପାଚେରୀ ଚାରିପାଖରେ ନିର୍ମାଣ କରାଯାଇଥିବା ପ୍ରଦକ୍ଷିଣ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷାକର୍ମୀ, ସୁରକ୍ଷା ଗାଡ଼ି, ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସର ଅବାଧ ଚଳପ୍ରଚଳ ପାଇଁ ସୁବ୍ୟବସ୍ଥା।
* ରଥଯାତ୍ରା ବେଳେ ତିନିରଥର ସୁଗମ ଚଳାଚଳ ପାଇଁ ସିଂହଦ୍ୱାର ବା ଶ୍ରୀମନ୍ଦିରର ମୁଖ୍ୟ ପୂର୍ବ ଦ୍ୱାରରେ ପର୍ଯ୍ୟାପ୍ତ ଖୋଲା ସ୍ଥାନ ଛାଡିବା ।
* ଶ୍ରୀମନ୍ଦିରରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବେଳେ ଠାକୁରମାନଙ୍କ ଶୋଭାଯାତ୍ରା ଓ ଭକ୍ତମାନଙ୍କ ନିର୍ବିଘ୍ନ ନାମ ସଂକୀର୍ତ୍ତନ ପାଇଁ ମେଘନାଦ ପାଚେରୀ ଚାରିପାଖରେ ଦୁଇଟି ସ୍ୱତନ୍ତ୍ର ପ୍ରଦକ୍ଷିଣ ପଦ – ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ନିର୍ମାଣ ।
* ଭକ୍ତମାନଙ୍କ ସୁବିଧା ପାଇଁ ସାମାନଗୃହ, ଶୌଚାଳୟ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସୂଚନା କେନ୍ଦ୍ର ଓ ପୋଲିସ ସହାୟତା କେନ୍ଦ୍ର ପ୍ରଦକ୍ଷିଣ ପଥ ପାର୍ଶ୍ଵରେ ନିର୍ମାଣ ।
* ଭକ୍ତ ଓ ସେବକମାନଙ୍କ ଯାତାୟାତ ନିମନ୍ତେ ଶ୍ରୀମନ୍ଦିରର ବାହ୍ୟ ଦ୍ୱାରଗୁଡିକରୁ ପ୍ରବେଶ ଓ ପ୍ରସ୍ଥାନର ସୁବିଧା ।
* ପ୍ରକଳ୍ପ ପରିସରରେ ଥିବା ପୁରୁଣା ମଠଗୁଡିକର ବିଜେସ୍ଥଳୀକୁ ମରାମତି କରାଯାଇ ନବୀକରଣ କରିବା ।
* ଆକର୍ଷଣୀୟ ବଗିଚା ଓ ଗଛ ଦ୍ୱାରା ପ୍ରକଳ୍ପ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ।
ଭକ୍ତଙ୍କୁ ମିଳିବ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Next ArticleCM Naveen To Dedicate Parikrama Prakalpa Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
