News Room Odisha
BREAKING
Odia

ସାଧାରଣତନ୍ତ୍ର ଦିବସ: କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର – ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଓ ପରେଡର ଅଭିବାଦନ ଗ୍ରହଣ କରିବେ, ତାହାର ସୂଚୀ ପ୍ରକାଶ ପାଇଛି। ରାଜ୍ୟପାଳ ରଘୁବର ଦାସ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ। ମନ୍ତ୍ରୀମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ, ପ୍ରଦୀପ କୁମାର ଅମାତ ସୁନ୍ଦରଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ [...]

Admin•January 21, 2024
Share Article:
ଭୁବନେଶ୍ୱର – ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଓ ପରେଡର ଅଭିବାଦନ ଗ୍ରହଣ କରିବେ, ତାହାର ସୂଚୀ ପ୍ରକାଶ ପାଇଛି। ରାଜ୍ୟପାଳ ରଘୁବର ଦାସ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ।
   ମନ୍ତ୍ରୀମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ, ପ୍ରଦୀପ କୁମାର ଅମାତ ସୁନ୍ଦରଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ । ସେହିପରି ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝର ଜିଲ୍ଲାରେ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗିରରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକରେ ସୁଦାମ ମାର୍ଣ୍ଡି, ଗଞ୍ଜାମ ଜିଲ୍ଲାରେ ଜଗନ୍ନାଥ ସାରକା ଜିଲ୍ଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ଵରରେ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡ଼ାରେ ପ୍ରୀତିରଞ୍ଜନ ଘଡାଇ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ । ନୂଆପଡାରେ ରୀତା ସାହୁ ଓ କୋରାପୁଟରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।
    ବ୍ରହ୍ମପୁରରେ  ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପତାକା ଉତ୍ତୋଳନ କରିବେ । ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ।
#Odia#Odisha#News
Share Article:

Related Articles