News Room Odisha
BREAKING
Odia

ଜାନୁଆରୀ ୨୨ରେ ଏମ୍ସ ସହ ସବୁ କେନ୍ଦ୍ରୀୟ ହସ୍ପିଟାଲ ଅଧାଦିନ ଛୁଟି, ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ ହସ୍ପିଟାଲରେ ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି। ଏଭଳି ନିଷ୍ପତ୍ତିରେ ବିରୋଧୀ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ବୀମା କମ୍ପାନୀ ପାଇଁ ଅଧା ଦିନ ଛୁଟି ଘୋଷଣା କରିଥିଲେ। ଏବେ ଏମ୍ସ ସହ ସଫଦରଜଙ୍ଗ, ରାମ ମନୋହର ଲୋହିଆ ଭଳି କେନ୍ଦ୍ର ସରକାରଙ୍କ [...]

Admin•January 21, 2024
Share Article:

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ ହସ୍ପିଟାଲରେ ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି। ଏଭଳି ନିଷ୍ପତ୍ତିରେ ବିରୋଧୀ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ବୀମା କମ୍ପାନୀ ପାଇଁ ଅଧା ଦିନ ଛୁଟି ଘୋଷଣା କରିଥିଲେ। ଏବେ ଏମ୍ସ ସହ ସଫଦରଜଙ୍ଗ, ରାମ ମନୋହର ଲୋହିଆ ଭଳି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଦିଲ୍ଲୀର ପ୍ରମୁଖ ହସ୍ପିଟାଲ ମଧ୍ୟ ଜାନୁଆରୀ ୨୨ରେ ଅଧା ଦିନ ବନ୍ଦ ରହିବ।

ଏମ୍ସ ତରଫରୁ ଜାରି ଏକ ନୋଟିସ୍ ଅନୁଯାୟୀ, ଜାନୁଆରୀ ୨୨ରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ହିଁ ହସ୍ପିଟାଲ କାର୍ଯ୍ୟ କରିବ । ତେବେ ସମସ୍ତ ଜରୁରୀକାଳୀନ ସେବା ପୂର୍ବ ପରି ଜାରି ରହିବ।

ତେବେ ଚାରିଆଡ଼ୁ ସମାଲୋଚନା ପରେ ଏମ୍ସ ଏହି ନୋଟିସ୍ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।

ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ ‘ହ୍ୟାଲୋ ମଣିଷ, ଦୟାକରି ଜାନୁଆରୀ ୨୨ରେ ଅପରାହ୍ନ ୨ଟା ପରେ ମେଡିକାଲ ଏମର୍ଜନ୍ସିକୁ ଯାଆନ୍ତୁ ନାହିଁ, କାରଣ ଏହାପରେ ଏମ୍ସ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ସ୍ୱାଗତ କରିବା ପାଇଁ ବନ୍ଦ ରହିବ।” ପ୍ରିୟଙ୍କା କହିଛନ୍ତି, ଭଗବାନ ରାମ ମଧ୍ୟ ନିଜ ସ୍ୱାଗତ ଉତ୍ସବ ପାଇଁ ସ୍ୱାସ୍ଥ୍ୟସେବା ବନ୍ଦ ରଖିବାକୁ ସମର୍ଥନ କରିଥାନ୍ତେ କି? ହେ ରାମ.. ହେ ହେ ରାମ!”

ଏହି ନିଷ୍ପତ୍ତିକୁ ସମାଲୋଚନା କରି କଂଗ୍ରେସ ନେତା ଅଲକା ଲାମ୍ବା ମଧ୍ୟ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଗ୍ରାମ କରୁଥିବା ରୋଗୀଙ୍କ ପାଇଁ ଏହି ତୁଗଲକୀ ଆଦେଶ ଲୋକଙ୍କୁ ମୃତ୍ୟୁଦଣ୍ଡ ସଦୃଶ … ଏହି ନିଷ୍ପତ୍ତି ଅମାନବୀୟ। ଏପରିକି ପ୍ରଭୁ ରାମ ମଧ୍ୟ ଏପରି ନିଷ୍ପତ୍ତି ଗ୍ରହଣ କରିବେ ନାହିଁ। ଏପରିକି ଜଣେ ଡାକ୍ତର ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀଙ୍କୁ ୨:୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିପାରିବେ ନାହିଁ | ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ଉଚିତ୍, ନିନ୍ଦନୀୟ |

ଉଲ୍ଲେଖଥାଉକି, ରାମ ମନ୍ଦିର‌ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨କୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ଛତିଶଗଡ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହି ଦିନ ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ଛତିଶଗଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ମଦ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

#Odia#Odisha#News
Share Article:

Related Articles