News Room Odisha
BREAKING
Odia

ଓଡ଼ିଶାରେ ପ୍ରଥମ ଥର ପାଇଁ ଡ୍ରୋନ୍ ସେବା ଆରମ୍ଭ କଲା ଭୁବନେଶ୍ବର ଏମସ

ଭୁବନେଶ୍ୱର -ଭୁବନେଶ୍ୱର ଏମସରୁ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଯୋଗେ ସେବା ଯୋଗାଣ ଆରମ୍ଭ ହୋଇଛି। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ ଯୋଗେ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ମଧ୍ୟ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ ସେବା ଆରମ୍ଭ [...]

Admin•January 23, 2024
Share Article:

ଭୁବନେଶ୍ୱର -ଭୁବନେଶ୍ୱର ଏମସରୁ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଯୋଗେ ସେବା ଯୋଗାଣ ଆରମ୍ଭ ହୋଇଛି। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ ଯୋଗେ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ମଧ୍ୟ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ ସେବା ଆରମ୍ଭ କରାଯାଇଛି । ୭୦ କିଲୋମିଟର ଦୂରକୁ ୩୫ ମିନିଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।

#Odia#Odisha#News
Share Article:

Related Articles