News Room Odisha
BREAKING
Odia

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆସାମ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୃଙ୍ଖଳା ସୃଷ୍ଟି କରିବାକୁ ଭିଡ଼କୁ ଉସୁକାଇଥିବା ଅଭିଯୋଗ କରି ସେ ଏହି ଆଦେଶ ଦେଇଛନ୍ତି। ସର୍ମା ‘ଏକ୍ସ’ରେ ଲେଖିଛନ୍ତି – “ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ନକ୍ସଲ କୌଶଳ ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭିଡ଼କୁ ଉସୁକାଇବା ପାଇଁ ମୁଁ ରାହୁଲ [...]

Admin•January 23, 2024
Share Article:

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆସାମ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୃଙ୍ଖଳା ସୃଷ୍ଟି କରିବାକୁ ଭିଡ଼କୁ ଉସୁକାଇଥିବା ଅଭିଯୋଗ କରି ସେ ଏହି ଆଦେଶ ଦେଇଛନ୍ତି।

ସର୍ମା ‘ଏକ୍ସ’ରେ ଲେଖିଛନ୍ତି – “ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ନକ୍ସଲ କୌଶଳ ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭିଡ଼କୁ ଉସୁକାଇବା ପାଇଁ ମୁଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଆସାମ ପୋଲିସର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି | ପ୍ରମାଣ ଭାବରେ ତାଙ୍କ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଫୁଟେଜକୁ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | ”

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଆସାମର ଜୋରାବାଟ ଯିବାରୁ ଅଟକାଇଥିଲା ଆସାମ ପୋଲିସ । ଏହା ପରେ କିଛି କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିଥିଲେ। କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ଏହି ଘଟଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଆମେ ବ୍ୟାରିକେଡ୍ ଭାଙ୍ଗିଛୁ ଆଇନ ନୁହଁ।

ସେ କହିଛନ୍ତି ଯେ ଆସାମର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଆଇନ ଭାଙ୍ଗିପାରନ୍ତି କିନ୍ତୁ କୌଣସି କଂଗ୍ରେସ କର୍ମୀ ଆଇନ ଭାଙ୍ଗିବେ ନାହିଁ।

#Odia#Odisha#News
Share Article:

Related Articles