News Room Odisha
BREAKING
Odia

ଗଞ୍ଜାମ ଜିଲ୍ଲାର ୧୦୭ ବର୍ଷୀୟ କୃଷ୍ଣ ଲୀଳା କଥାକାର ପାଇବେ ପଦ୍ମଶ୍ରୀ ସମ୍ମାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମରେ ୧୯୧୮ ମସିହାରେ ଜନ୍ମିତ ଶ୍ରୀ ଗୋପୀନାଥ ସ୍ବାଇଁ ପାଇବେ ପଦ୍ମଶ୍ରୀ ସମ୍ମାନ। ଏହି ଅଞ୍ଚଳର ଅନନ୍ୟ ଲୋକକଳା କୃଷ୍ଣ ଲୀଳା କଥାକାର, ଗାୟକ ଭାବେ ସେ ସୁପରିଚିତ। ବାଲ୍ୟକାଳ ମାତ୍ର ୧୦ ବର୍ଷ ବୟସରୁ ବାପା, ବଡ଼ ବାପା ଓ ଅଜାଙ୍କ ଠାରୁ ଶିଖି ପରବର୍ତ୍ତୀ ସମୟରେ ନିଜେ ସେଥିରେ ପାରଙ୍ଗମତା ହାସଲ କରିଥିଲେ ସେ। ଆଉ ଗୁରୁ ଭାବେ ଅନ୍ୟଙ୍କୁ ଶିକ୍ଷା ମଧ୍ୟ ଦେଉଛନ୍ତି ଶ୍ରୀ [...]

Admin•January 25, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମରେ ୧୯୧୮ ମସିହାରେ ଜନ୍ମିତ ଶ୍ରୀ ଗୋପୀନାଥ ସ୍ବାଇଁ ପାଇବେ ପଦ୍ମଶ୍ରୀ ସମ୍ମାନ। ଏହି ଅଞ୍ଚଳର ଅନନ୍ୟ ଲୋକକଳା କୃଷ୍ଣ ଲୀଳା କଥାକାର, ଗାୟକ ଭାବେ ସେ ସୁପରିଚିତ। ବାଲ୍ୟକାଳ ମାତ୍ର ୧୦ ବର୍ଷ ବୟସରୁ ବାପା, ବଡ଼ ବାପା ଓ ଅଜାଙ୍କ ଠାରୁ ଶିଖି ପରବର୍ତ୍ତୀ ସମୟରେ ନିଜେ ସେଥିରେ ପାରଙ୍ଗମତା ହାସଲ କରିଥିଲେ ସେ। ଆଉ ଗୁରୁ ଭାବେ ଅନ୍ୟଙ୍କୁ ଶିକ୍ଷା ମଧ୍ୟ ଦେଉଛନ୍ତି ଶ୍ରୀ ସ୍ବାଇଁ। ଏକକାଳୀନ ୧୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କୃଷ୍ଣ ଲୀଳା ଗାଇ ପାରିବାକୁ ସମର୍ଥ। ୧୦୭ ବର୍ଷରେ ପହଞ୍ଚି ସାରିଥିବା ଗୁରୁ ଗୋପୀନାଥ ଏବେବି ମଞ୍ଚ ଉପରେ ଠିଆ ହେଲେ ଉଚ୍ଚ ସ୍ବରରେ ଏହି ପ୍ରାଚୀନ ଲୋକକଳାର ଆବୃତ୍ତି କରିପାରନ୍ତି। ଆମ ଦେଶର ପୌରାଣିକ ଐତିହ୍ୟ ଆଧାରିତ ଏହି ଲୋକ କଳାକୁ ବଞ୍ଚାଇ ରଖିବାକୁ ତାଙ୍କ ନିଷ୍ଠାପର ପ୍ରୟାସ ତଥା ଏହାର ପ୍ରଚାର ପ୍ରସାରରେ ଅବଦାନ ସକାଶେ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ଚୟନ କରାଯାଇଛି।

#Odia#Odisha#News
Share Article:

Related Articles