ପ୍ରତୀକ୍ଷାର ଅନ୍ତ, ମୁଖ୍ୟମନ୍ତ୍ରୀଙ୍କ ହାତରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ସଂପୂର୍ଣ୍ଣ
ସମ୍ବଲପୁର: ଅପୂର୍ବ, ଅବର୍ଣ୍ଣନୀୟ ମୁହୁର୍ତ୍ତ। ମାଁ ସମଲେଶ୍ବରୀଙ୍କ ପୀଠର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଫଳରେ ଶତାଦ୍ଦୀ ଶତାଦ୍ଦୀର ସ୍ବପ୍ନ ଆଜି ବାସ୍ତବ ରୂପ ନେଇଛି। ମାଁ ସମଲେଶ୍ବରୀଙ୍କ ଐତିହ୍ୟ କରିଡର ଏବେ ଅଗଣିତ ଭକ୍ତଙ୍କୁ ଦେଇଛି ଅପୂର୍ବ ଅନୁଭବ। ବହୁ ପ୍ରତୀକ୍ଷିତ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯାହ୍ନରେ ମନ୍ଦିର ପରିସରକୁ ଆସି ଏହାର [...]
ସମ୍ବଲପୁର: ଅପୂର୍ବ, ଅବର୍ଣ୍ଣନୀୟ ମୁହୁର୍ତ୍ତ। ମାଁ ସମଲେଶ୍ବରୀଙ୍କ ପୀଠର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଫଳରେ ଶତାଦ୍ଦୀ ଶତାଦ୍ଦୀର ସ୍ବପ୍ନ ଆଜି ବାସ୍ତବ ରୂପ ନେଇଛି। ମାଁ ସମଲେଶ୍ବରୀଙ୍କ ଐତିହ୍ୟ କରିଡର ଏବେ ଅଗଣିତ ଭକ୍ତଙ୍କୁ ଦେଇଛି ଅପୂର୍ବ ଅନୁଭବ।
ବହୁ ପ୍ରତୀକ୍ଷିତ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯାହ୍ନରେ ମନ୍ଦିର ପରିସରକୁ ଆସି ଏହାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମନ୍ଦିର ପରିସରକୁ ଆସି ଗର୍ଭଗୃହରେ ମାଁଙ୍କ ଦର୍ଶନ କରିଥିଲେ। ସେଠାର ଯଜ୍ଞ ମଣ୍ଡପ ନିକଟରେ ଥିବା ଐତିହ୍ୟ କରିଡର ଫଳକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଚାଲିଥିବା ହୋମଯଜ୍ଞରେ ସାମିଲ ହୋଇ ଆହୂତି ଦେଇଛନ୍ତି। ଏହାପରେ ଐତିହ୍ୟ କରିଡରର ମଧ୍ଯ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ସାମିଲ ହୋଇଛନ୍ତି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ହଜାର ହଜାର ଭକ୍ତ ମାଁ ପୀଠର ରୂପାନ୍ତରିତ ରୂପ ଦେଖି ଅଭିଭୂତ ହୋଇଛନ୍ତି। ଏହାର ଲୋକାର୍ପଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ୫ ଦିନିଆ ହୋମଯଜ୍ଞ ଏବଂ ଚଣ୍ଡୀପାଠ। ଗତକାଲି ଏଥିପାଇଁ ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ହୋମଯଜ୍ଞରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ପଣ୍ଡିତ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ମନ୍ଦିରରେ ଭକ୍ତଙ୍କ ଜନସମୁଦ୍ର ସୃଷ୍ଟି ହୋଇଛି। ସେହିପରି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରମୁଖ ଦେବାଦେବୀ ପୀଠର ପୂଜକ ଏବଂ କର୍ମକର୍ତ୍ତାଙ୍କ ସମେତ ଛତିଶଗଡର ମଧ୍ଯ ଅନେକ ମନ୍ଦିରର କର୍ମକର୍ତ୍ତା ସାମିଲ ହୋଇଥିଲେ। ସେମାନଙ୍କୁ ସ୍ବତନ୍ତ୍ର ଆତିଥ୍ଯ ଦିଆଯାଇଥିଲା।
ଏହି ଲୋକାର୍ପଣ ପାଇଁ ସମଗ୍ର ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକମାଳା ଏବଂ ଫୁଲରେ ସଜ୍ଜିତ କରାଯାଇଛି। ଅନ୍ୟତମ ମୁଖ୍ଯ ଆକର୍ଷଣ ହେଲା ଯେ ଯଜ୍ଞ ମଣ୍ଡପ ଗୁଡିକ ସମ୍ବଲପୁରୀ ବାନ୍ଧକଳାରେ ତିଆରି ବସ୍ତ୍ରରେ ସଜେଇ ହୋଇଛି। ଏହାଛଡା ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ
Next Articleସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ମା’ ସମଲେଇ ପ୍ରକଳ୍ପ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
