ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଦ୍ଵିତୀୟ ବୃହତ ଆଧ୍ୟାତ୍ମିକ ପୀଠର ରୂପାନ୍ତର ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର – ପୂର୍ବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା’ ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ,ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ [...]
ସମ୍ବଲପୁର – ପୂର୍ବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା’ ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ,ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
ସମଲେଇ ପ୍ରକଳ୍ପ ହେଉଛି – ସମଲେଶ୍ବରୀ ଟେମ୍ପଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ୍ ଲୋକାଲ ଇକୋନୋମିକ ଇନିସିଏଟିଭ (Samaleswari Temple Area Management and Local Economic Initiative)
୨୦୨୧ ଫେବ୍ରୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ।
ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଗୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, କାଫେଟେରିଆ ଆଦି ନିର୍ମିତ ହୋଇଛି।
ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳରେ ପରିକ୍ରମାର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ ଖଣ୍ଡାଲାଇଟ୍ସ ପଥରରେ ନିର୍ମିତ ହୋଇଛି।
ପାର୍କିଂରେ ୨୦୦ ଚାରି ଚକିଆ ଗାଡ଼ି ଓ ୨୦ ବସ୍ ରହିବାର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ଥିଲେ।
ମହାନଦୀ ରିଭର୍ ଫ୍ରଣ୍ଟ ଦୃଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟରର ପ୍ଲାଟଫର୍ମ କରାଯାଇଛି। ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ମା’ ଙ୍କ ପୀଠକୁ ଦୈନିକ ଏବେ ୫ରୁ ୧୦ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାରରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାରମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।
ମିଶନ ଶକ୍ତି କାଫେ ପରିଦର୍ଶନ କରି ମା’ ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ। ଗୋପାଲ ଜୀଉ ମଠର ମହନ୍ତ ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।
ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟିଥିଲେ । ସେମାନେ ହେଲେ ହଳଧର ନାଗ, ଳ ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଜୀତେନ୍ଦ୍ର ହରିପାଲ, ବିନୋଦ ପଶାୟତ, ମିତ୍ରଭାନୁ ଗୌନ୍ତିଆ ଓ କୈଳାସ ଚନ୍ଦ୍ର ମେହେର।
ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
Next Articleଭାରତର ବାଟ ଓଗାଳିଲେ ପୋପ୍, ରୋମାଞ୍ଚକ ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
