News Room Odisha
BREAKING
Odia

ମହାନଦୀରେ ମହାଆଳତୀରେ ସାମିଲ ହେଲେ ହଜାର ହଜାର ଜନତା

ସମ୍ବଲପୁର : ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଆଜି ସନ୍ଧ୍ୟାରେ ଭବ୍ୟ ମହାନଦୀ ଆଳତୀ ଆଖି ଝଲସାଇ ଦେଇଛି। ହଜାର ହଜାର ଜନତା ମହାନଦୀ ପଠାରେ ନିର୍ମିତ ସ୍ଥାୟୀ ମଞ୍ଚରେ ଏକାକାର ହୋଇ ମାଁ ମହାନଦୀଙ୍କ ଆଳତୀ କରି କୃପା ଭିକ୍ଷା କରିଛନ୍ତି। ମାଁ ସମଲେଇଙ୍କ ଜୟ ଜୟକାରରେ ଚାରିଦିଗ ପ୍ରକମ୍ପିତ ହୋଇଛି। ଏହି ଅବିଶ୍ବସନୀୟ ପ୍ରକଳ୍ପ ପରେ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଅନୁଷ୍ଠିତ ମହାନଦୀ ଆଳତୀ ଅପୂର୍ବ ଅନୁଭବ [...]

Admin•January 27, 2024
Share Article:
ମହାନଦୀରେ ମହାଆଳତୀରେ ସାମିଲ ହେଲେ ହଜାର ହଜାର ଜନତା

ସମ୍ବଲପୁର : ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଆଜି ସନ୍ଧ୍ୟାରେ ଭବ୍ୟ ମହାନଦୀ ଆଳତୀ ଆଖି ଝଲସାଇ ଦେଇଛି। ହଜାର ହଜାର ଜନତା ମହାନଦୀ ପଠାରେ ନିର୍ମିତ ସ୍ଥାୟୀ ମଞ୍ଚରେ ଏକାକାର ହୋଇ ମାଁ ମହାନଦୀଙ୍କ ଆଳତୀ କରି କୃପା ଭିକ୍ଷା କରିଛନ୍ତି। ମାଁ ସମଲେଇଙ୍କ ଜୟ ଜୟକାରରେ ଚାରିଦିଗ ପ୍ରକମ୍ପିତ ହୋଇଛି। ଏହି ଅବିଶ୍ବସନୀୟ ପ୍ରକଳ୍ପ ପରେ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଅନୁଷ୍ଠିତ ମହାନଦୀ ଆଳତୀ ଅପୂର୍ବ ଅନୁଭବ ଦେଇଛି।

ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ ଅବସରରେ ସଂଧ୍ୟାରେ ମହାନଦୀ ପଠାରେ ଆଳତୀ ହୋଇଛି। ଧୂପ ଓ ଚାମରସେବା ସହ ଆଳତୀ କାର୍ଯ୍ୟକ୍ରମ କରାଯାଇଛି। 5-ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନଙ୍କ ଉପସ୍ଥିତିରେ ପ୍ରଥମ ଆଳତୀ ଅର୍ପଣ କରାଯାଇଛି। ଆଗକୁ ଏହା ନିୟମିତ ହେବ। ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଓଡିଶା ସମେତ ଛତିଶଗଡର 21 ଜଣ ପଣ୍ଡିତ ସାମିଲ ହୋଇଛନ୍ତି। ବାରାଣାସୀର ଗଙ୍ଗା ଆଳତୀ ଭଳି ଆଜି ମହାନଦୀ କୂଳରେ ହୋଇଥିବା ଆଳତୀ ଭକ୍ତଙ୍କୁ ଦେଇଛି ଭିନ୍ନ ଏକ ଦିବ୍ୟ ଅନୁଭୂତି।

ଏହି ମହାନଦୀ ଆଳତୀ ପାଇଁ ସ୍ଥାୟୀ ଭାବେ 350 ମିଟର ଲମ୍ବ ଏବଂ 25 ମିଟର ଓସାର ବିଶିଷ୍ଟ ଦୁଇଟି ବିଶାଳ ପ୍ଲାଟଫର୍ମ ନିର୍ମ।ଣ କରାଯାଇଛି। ଆଉ ଏହି ପ୍ଲାଟଫର୍ମକୁ ମନ୍ଦିର ପରିସରରୁ ଯିବା ପାଇଁ ରିଂରୋଡ ଉପରେ 37 ମିଟର ଦୀର୍ଘ ଏବଂ 6 ମିଟର ଉଚ୍ଚତା ବିଶିଷ୍ଟ ଏକ ଫୁଟ ଓଭରବ୍ରିଜ ନିର୍ମ।ଣ କରାଯାଇଛି। ଏଥିପାଇଁ ମହାନଦୀ ରିଭର୍ ଫ୍ରଣ୍ଟ ନିର୍ମ।ଣ କରାଯାଇଛି। ଯାହାର ଦୃଶ୍ୟ ଅତି ରମଣୀୟ ହୋଇଛି। ତେବେ, ଆଗକୁ ପ୍ରଥମ ସାତ ଦିନ ପାଇଁ ବାହାରୁ ଆସିଥିବା ପଣ୍ଡିତ ଓ ସାଧୁସନ୍ଥ ଏହି କାର୍ଯ୍ୟକ୍ରମ କରିବେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ପଣ୍ଡିତ ଓ ସାଧୁସନ୍ଥଙ୍କୁ ନେଇ ଆଳତୀ କରାଯିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ଲୋକଙ୍କୁ ନିଯୁକ୍ତି କରାଯିବ। ଶ୍ରଦ୍ଧାଳୁଙ୍କ ବିଦ୍ୟ ଓ ଭବ୍ୟ ଅନୁଭୂତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଏଥିପାଇଁ ମା’ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ କାମ କରିବ।

#Odia#Odisha#News
Share Article:

Related Articles