ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ମନୋରଞ୍ଜନ ସହ ବ୍ୟବସାୟ
ବ୍ରହ୍ମପୁର: ଗୋପାଳପୁରରେ ଆୟୋଜିତ ବେଳାଭୂମି ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ଲୋକଙ୍କୁ ଆକୃଷ୍ଟ କରୁଛି। ପଲ୍ଲୀଶ୍ରୀ ମେଳାରେ ପ୍ରଥମ ଦୁଇ ଦିନରେ ୪୦ ଲକ୍ଷ ଟଙ୍କାର କାରବାର ହୋଇଛି। ଗୁରୁବାର ୧୪ ଲକ୍ଷ ୪୨ ହଜାର ଟଙ୍କାର ବିକ୍ରୀବଟା ହୋଇଥିବା ବେଳେ ଶୁକ୍ରବାର ୨୫ ଲକ୍ଷ ୫୪ ହଜାର ୫୬୦ ଟଙ୍କାର ସାମଗ୍ରୀ ବିକ୍ରୀ ହୋଇଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଶନିବାର ତାହା ଆହୁରି ବୃଦ୍ଧି ପାଇଛି। ଏବେ ଶୀତର ଅନୁଭବ ରହିଥିବାରୁ ଜାମ୍ମୁ-କାଶ୍ମୀରର ଷ୍ଟଲରୁ ପ୍ରାୟ [...]
ବ୍ରହ୍ମପୁର: ଗୋପାଳପୁରରେ ଆୟୋଜିତ ବେଳାଭୂମି ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ଲୋକଙ୍କୁ ଆକୃଷ୍ଟ କରୁଛି।
ପଲ୍ଲୀଶ୍ରୀ ମେଳାରେ ପ୍ରଥମ ଦୁଇ ଦିନରେ ୪୦ ଲକ୍ଷ ଟଙ୍କାର କାରବାର ହୋଇଛି। ଗୁରୁବାର ୧୪ ଲକ୍ଷ ୪୨ ହଜାର ଟଙ୍କାର ବିକ୍ରୀବଟା ହୋଇଥିବା ବେଳେ ଶୁକ୍ରବାର ୨୫ ଲକ୍ଷ ୫୪ ହଜାର ୫୬୦ ଟଙ୍କାର ସାମଗ୍ରୀ ବିକ୍ରୀ ହୋଇଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଶନିବାର ତାହା ଆହୁରି ବୃଦ୍ଧି ପାଇଛି। ଏବେ ଶୀତର ଅନୁଭବ ରହିଥିବାରୁ ଜାମ୍ମୁ-କାଶ୍ମୀରର ଷ୍ଟଲରୁ ପ୍ରାୟ ଏକ ଲକ୍ଷ ୨୦ ହଜାର ଟଙ୍କା ଶୀତବସ୍ତ୍ର ବିକ୍ରୀ ହୋଇଛି। ଏହି ଷ୍ଟଲ୍ ସର୍ବାଧିକ ଲୋକଙ୍କୁ ଆକୃଷ୍ଟ କରୁଛି।

ତେଣେ ଶନିବାର ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶିଳ୍ପା ରାଓ ଓ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ନାଚି ଗାଇ ଭରପୁର ମଜା ଉଠାଇଛନ୍ତି। ଲୋକ ନୃତ୍ୟ କଳାକାରମାନେ ମଧ୍ୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ଦ୍ବାରା ଓଡ଼ିଶୀ ନୃତ୍ୟ ସହ ଆଧୁନିକ ଡ୍ୟାନ୍ସ, ଟ୍ୱିଙ୍କଲ୍ ଫ୍ୟାସନ୍ ଏକାଡେମୀ, ବ୍ରହ୍ମପୁର ସ୍କେଟିଂ ଏକାଡେମୀ, କୋରାପୁଟ ଜିଲ୍ଲାର କଳାକାରଙ୍କ ଢେମସା, ପୁରୀର ସାହି ଯାତ୍ରା ମେଢ଼ ନାଚ, ବଲାଙ୍ଗୀର ଜିଲ୍ଲା କଳାକାରଙ୍କ ଘୁଡୁକୀ ନାଚ, କଟକ ଜିଲ୍ଲା ଚୌଦ୍ବାର ସଙ୍ଗୀତ କଳା ସଂସଦ ପକ୍ଷରୁ ଘୋଡ଼ା ନାଚ ଆଦି ଦର୍ଶକଙ୍କୁ ମୁଗ୍ଧ କରିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ଶିଳ୍ପା ରାଓ, ଓଡ଼ିଆ ଗାୟିକା ପ୍ରଜ୍ଞା ହୋତାଙ୍କ କଣ୍ଠର ଯାଦୁରେ ଦର୍ଶକ ମତୁଆଲା ହୋଇଥିଲେ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅତିଥି ଥିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ। ଗୌରବମୟ ଗଞ୍ଜାମର ଇତିହାସ ପୃଷ୍ଠାରେ ଗୋପାଳପୁର ନୌବାଣିଜ୍ୟ ପରମ୍ପରା ଚିର ଉଦଜୀବିତ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଗୋପାଳପୁର ତଥା ଗଞ୍ଜାମ ଜିଲ୍ଲାର ବିକାଶ ସହ ଲୋକକଳା ଓ ଲୋକନୃତ୍ୟକୁ ମଧ୍ୟ ସ୍ଵତନ୍ତ୍ର ମଞ୍ଚ ମିଳୁଛି ବୋଲି ଅତିଥିମାନେ କହିଥିଲେ। ମଞ୍ଚରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା।
ମହାନଦୀରେ ମହାଆଳତୀରେ ସାମିଲ ହେଲେ ହଜାର ହଜାର ଜନତା
Next Articleଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ, ଇଷ୍ଟବେଙ୍ଗଲକୁ ଭେଟିବ ଓଡ଼ିଶା ଏଫସି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
