ଆଜି ସଙ୍କଟ ଗଣେଶ ଚତୁର୍ଥୀ ବ୍ରତ, ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ଏହି ବ୍ରତ ରଖାଯାଏ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ୨ ଟି ଚତୁର୍ଥୀ ତିଥି ପଡିଥାଏ l ଗୋଟିଏ କୃଷ୍ଣ ପକ୍ଷରେ ଓ ଆଉ ଗୋଟିଏ ଶୁକ୍ଳ ପକ୍ଷରେ l କୃଷ୍ଣ ପକ୍ଷର ଚତୁର୍ଥୀ ତିଥି କୁ ସଙ୍କଟ ଚତୁର୍ଥୀ ବୋଲି କୁହାଯାଏ ଓ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି କୁ ବିନାୟକ ଚତୁର୍ଥୀ କୁହାଯାଇ ଥାଏ l ଏହି ୨ ଟି ତିଥି ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ l ସଙ୍କଟ ଚତୁର୍ଥୀ ବ୍ରତର ମହତ୍ୱ -: [...]
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ୨ ଟି ଚତୁର୍ଥୀ ତିଥି ପଡିଥାଏ l ଗୋଟିଏ କୃଷ୍ଣ ପକ୍ଷରେ ଓ ଆଉ ଗୋଟିଏ ଶୁକ୍ଳ ପକ୍ଷରେ l କୃଷ୍ଣ ପକ୍ଷର ଚତୁର୍ଥୀ ତିଥି କୁ ସଙ୍କଟ ଚତୁର୍ଥୀ ବୋଲି କୁହାଯାଏ ଓ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି କୁ ବିନାୟକ ଚତୁର୍ଥୀ କୁହାଯାଇ ଥାଏ l ଏହି ୨ ଟି ତିଥି ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ l
ସଙ୍କଟ ଚତୁର୍ଥୀ ବ୍ରତର ମହତ୍ୱ -: ସଙ୍କଟ ଚତୁର୍ଥୀ ବ୍ରତ ସମସ୍ତ କାର୍ଯ୍ୟ ରେ ସିଦ୍ଧି ଆଣିଥାଏ l ଏହିଦିନ ଯେଉଁ ବ୍ୟକ୍ତି ବ୍ରତ କରି ଥାଆନ୍ତି ସେମାନେ ଜୀବନ ରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି କରି ଥାଆନ୍ତି l ଏହାଛଡ଼ା ଏହି ବ୍ରତ ଯିଏ ଧାରଣ କରନ୍ତି ସେମାନେ ଋଣ ମୁକ୍ତ ହୋଇ ଥାଆନ୍ତି l
ଏହି ବ୍ରତ ଗଣପତି ସିଧି ବିନାୟକ ଙ୍କ ନିକଟରେ ପାଳିତ ହୋଇଥାଏl ବ୍ରତଧରିମାନେ ନିଜ ମନ- ସ୍କାମନା ପୂରଣ ପାଇଁ ଗୋଟେ ଗୋଟା ଗୁଆ ଓ ଦୁବ କୁ ଗୋଟିଏ ନାଲି କପଡା ରେ ବାନ୍ଧି ଗଣେଶ ଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l
ଆଜିର ଦିନରେ ଗୋ ମାତା ଙ୍କୁ ଅରୁଆ ଚାଉଳ ସହିତ ଘାସ ଖାଇବାକୁ ଦିଅନ୍ତୁ l ଏପରି କରିବା ଦ୍ୱାରା ବ୍ରତ ଧାରୀ ଙ୍କ ଜୀବନ ସୁଖମୟ ହୋଇଥାଏ l
ଯଦି ଆପଣ ଆଜିର ଦିନରେ ଗଣପତି ଙ୍କ ର “ଓଁ ଗଂ ଗଣପତୟେ ନମଃ ” ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଘରର ସଦସ୍ୟ ରୋଗ ମୁକ୍ତ ରହିବେ ଓ ଜୀବନ ସୁଖମୟ ହେବ l
ଗଣପତି ହେଉଛନ୍ତି ଦୟାଳୁ , ତେଣୁ ତାଙ୍କୁ ଖୁବ ସହଜ ରେ ସନ୍ତୁଷ୍ଟ କରିହୁଏ l ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜିର ଦିନରେ ତାଙ୍କ ନିକଟରେ ଘିଅ ଓ ମହୁ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବ ଓ ଧନ ବୃଦ୍ଧି ହେବ l
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଗୋପାଳପୁର ବେଳାଭୂମି ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଉଦଯାପିତ: ଲୋକକଳାକୁ ମଞ୍ଚ ଦେଉଛନ୍ତି ରାଜ୍ୟ ସରକାର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
