News Room Odisha
BREAKING
Odia

ଗୋପାଳପୁର ବେଳାଭୂମି ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଉଦଯାପିତ: ଲୋକକଳାକୁ ମଞ୍ଚ ଦେଉଛନ୍ତି ରାଜ୍ୟ ସରକାର

ବ୍ରହ୍ମପୁର: ଚାରିଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରବିବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଛି। ରାଜ୍ୟର ଏହା ଅନ୍ୟତମ ଅଗ୍ରଣୀ ମହୋତ୍ସବ ଯାହା ଲୋକକଳାକୁ ପ୍ରଦର୍ଶିତ କରିବା ସୁଯୋଗ ଦେଇଛି। ରାଜ୍ୟର ନବୀନ ପଟ୍ଟନାୟକ ସରକାର ଲୋକକଳାକୁ ଏଭଳି ମହୋତ୍ସବ ଜରିଆରେ ମଞ୍ଚ ଯୋଗାଇ ଦେଉଛନ୍ତି ବୋଲି ଶେଷ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି। ଶେଷ ସନ୍ଧ୍ୟାରେ ଅତିଥି ଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ [...]

Admin•January 29, 2024
Share Article:
ଗୋପାଳପୁର ବେଳାଭୂମି ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଉଦଯାପିତ: ଲୋକକଳାକୁ ମଞ୍ଚ ଦେଉଛନ୍ତି ରାଜ୍ୟ ସରକାର

ବ୍ରହ୍ମପୁର: ଚାରିଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରବିବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଛି। ରାଜ୍ୟର ଏହା ଅନ୍ୟତମ ଅଗ୍ରଣୀ ମହୋତ୍ସବ ଯାହା ଲୋକକଳାକୁ ପ୍ରଦର୍ଶିତ କରିବା ସୁଯୋଗ ଦେଇଛି। ରାଜ୍ୟର ନବୀନ ପଟ୍ଟନାୟକ ସରକାର ଲୋକକଳାକୁ ଏଭଳି ମହୋତ୍ସବ ଜରିଆରେ ମଞ୍ଚ ଯୋଗାଇ ଦେଉଛନ୍ତି ବୋଲି ଶେଷ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି।

ଶେଷ ସନ୍ଧ୍ୟାରେ ଅତିଥି ଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ। ସେହିପରି ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ, ବିଇଏମସି କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣୀ ସି ମଞ୍ଚାସୀନ ଥିଲେ। ଗଞ୍ଜାମର ଲୋକକଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ନିଆରା। ଗୋପାଳପୁର ବେଳାଭୂମି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି।‌ ଏ କ୍ଷେତ୍ରରେ ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। କଳା, ସଂସ୍କୃତି ଓ ପରମ୍ପରାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ବ୍ରହ୍ମପୁର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ୫-ଟି ଅଧ୍ୟକ୍ଷଙ୍କ ସହଯୋଗ ଯୋଗୁଁ ଏଭଳି ଏକ ମହୋତ୍ସବ ଆୟୋଜିତ ହୋଇପାରିଛି ବୋଲି କହିଥିଲେ।

ଶେଷ ଦିବସରେ ମିଥୁନ ଶର୍ମା ଓ ସହଯୋଗୀଙ୍କ ସୁମଧୁର ଗୀତର ତାଳେ ତାଳେ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟଙ୍କ ଟିମ୍ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଓଡ଼ିଶୀ ନୃତ୍ୟ ଥିଲା ଅନ୍ୟତମ ଆକର୍ଷଣ। ଓଡ଼ିଶୀ ନୃତ୍ୟ, ସେମି- କ୍ଲାସକାଲ ନାଚ, ବ୍ରହ୍ମପୁରର ସାମ୍ବାଦିକଙ୍କ ପକ୍ଷରୁ କେତେ ଦୁଃଖ ଦେବୁରେ କାଳିଆ ନାଟ୍ୟ ଅଭିନୟ, ଗୋପାଳପୁର କଲଚୁରାଲ ଆସୋସିଏସନ ପକ୍ଷରୁ ଗରବା, ବିଭିନ୍ନ ଅନୁଷ୍ଠାନ ଦ୍ବାରା ଆଧୁନିକ ନୃତ୍ୟ, ମୟୁରଭଞ୍ଜର ଛଉ ନୃତ୍ୟ, ବଲାଙ୍ଗୀରର କୋଶଳ ଦୁଲୁଦୁଲି ନୃତ୍ୟ ପରିବେଷିତ ହୋଇଥିଲା।

#Odia#Odisha#News
Share Article:

Related Articles