News Room Odisha
BREAKING
Odia

ମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଞ୍ଜୟ ମହାନ୍ତିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ମାଲକାନଗିରି ଜଳସମ୍ପଦ ବିଭାଗ ସିଏଡିଏ ଡିଭିଜନର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩୦ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରି ସଞ୍ଜୟ ମହାନ୍ତିଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୨୩୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ [...]

Admin•February 1, 2024
Share Article:

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ମାଲକାନଗିରି ଜଳସମ୍ପଦ ବିଭାଗ ସିଏଡିଏ ଡିଭିଜନର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩୦ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ଜାଗାରେ ଚଢ଼ାଉ କରି ସଞ୍ଜୟ ମହାନ୍ତିଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୨୩୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ କନିଷ୍ଠ ଯନ୍ତ୍ରୀ। ଚଢାଉ ବେଳେ ମହାନ୍ତିଙ୍କର ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଦେଉଳିପଞ୍ଚୁଘଣ୍ଟାରେ ଏକ ତିନି ମହଲା କୋଠା, ଭୁବନେଶ୍ୱର ରଘୁନାଥପୁର ଗ୍ରୀନ୍ ହୋମ୍ସ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ଜଳେଶ୍ବରରେ ୧୪ଟି ଜମି, ନଗଦ ୧ ଲକ୍ଷ ୪୩ ହଜାର ୨୨୦ ଟଙ୍କା, ୧୨ ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଚାରି ଚକିଆ ଓ ଦୁଇଟି ଦୁଇ ଚକିଆ ଗାଡି, ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଡିପୋଜିଟ୍, ୧୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଠାବ କରିଥିଲା ଭିଜିଲାନ୍ସ। ଏତେ ପରିମାଣର ସମ୍ପତ୍ତି କିପରି ଠୁଳ କଲେ, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜେଇ ସଞ୍ଜୟ ମହାନ୍ତି। ଏହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

#Odia#Odisha#News
Share Article:

Related Articles