News Room Odisha
BREAKING
Odia

କୋର୍ଟଙ୍କ ଅନୁମତି ପରେ ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା ଆରମ୍ଭ କଲେ ହିନ୍ଦୁ

ବାରାଣସୀ: ବାରାଣସୀ ଜିଲ୍ଲା କୋର୍ଟଙ୍କ ଅନୁମତି କ୍ରମେ ଗୁରୁବାର ମଧ୍ୟରାତ୍ରିରୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠ ‘ବ୍ୟାସ କି ତହଖାନା’ରେ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତିି। ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍ ରାଜଲିଙ୍ଗମ୍ ଗୁରୁବାର ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦିଆଯାଇଥିବା କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ଜ୍ଞାନବାପି ମସଜିଦ ପରିସରରେ ଥିବା [...]

Admin•February 1, 2024
Share Article:

ବାରାଣସୀ: ବାରାଣସୀ ଜିଲ୍ଲା କୋର୍ଟଙ୍କ ଅନୁମତି କ୍ରମେ ଗୁରୁବାର ମଧ୍ୟରାତ୍ରିରୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠ ‘ବ୍ୟାସ କି ତହଖାନା’ରେ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତିି। ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍ ରାଜଲିଙ୍ଗମ୍ ଗୁରୁବାର ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦିଆଯାଇଥିବା କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି।

ଜ୍ଞାନବାପି ମସଜିଦ ପରିସରରେ ଥିବା ବେସମେଣ୍ଟ ‘ବ୍ୟାସ କି ତହଖାନା’ ସମ୍ମୁଖରେ ବ୍ୟାରିକେଡିଂ ହଟାଯିବା ସହ ହିନ୍ଦୁ ପକ୍ଷକୁ ପୂଜାର୍ଚ୍ଚନା ପାଇଁ ଭିତରକୁ ପ୍ରବେଶ ମିଳିଥିଲା। ବାରାଣସୀ ଡିଏମ ଏସ୍ ରାଜଲିଙ୍ଗମଙ୍କ ସହ ପୋଲିସ ଏବଂ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଧବାର ରାତି ପ୍ରାୟ ୧୧ ଟାରେ କାଶୀ କରିଡରର ଚତୁର୍ଥ ନମ୍ବର ଫାଟକରୁ ଭିତରକୁ ଯାଇଥିଲେ। ଜ୍ଞାନବାପି ପରିସର ଚାରିପାଖରେ ଲାଗିଥିବା ବ୍ୟାରିକେଡର କିଛି ଅଂଶ କାଟି ବିଶ୍ୱନାଥ ମନ୍ଦିର ପରିସର ସ୍ଥିତ ନନ୍ଦୀ ମୂର୍ତ୍ତି ସମ୍ମୁଖରୁ ‘ବ୍ୟାସ କି ତହଖାନା’କୁ ରାସ୍ତା ବାହାର କରାଯାଇଥିଲା ।

ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ବାରାଣାସୀ ପୋଲିସ କମିଶନର ଅଶୋକ ଜୈନ କହିଛନ୍ତି ଯେ ଆଇନ ଶୃଙ୍ଖଳା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା କରିବାକୁ ବୁଧବାର ବାରାଣସୀ ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷକୁ କରିବାକୁ ଅନୁମତି ଦେଇଥିଲେ । ଏଥିପାଇଁ ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ହିନ୍ଦୁ ପକ୍ଷ ଦାବି କରିଥିଲା ଯେ, ନଭେମ୍ବର ୧୯୯୩ ଯାଏଁ ସୋମନାଥ ବ୍ୟାସ ନାମକ ପୂଜକଙ୍କ ପରିବାର ଜ୍ଞାନବାପି ମସଜିଦ ପରିସରରେ ଥିବା ଭୂତଳ ପ୍ରକୋଷ୍ଠରେ ପୂଜାପାଠ କରିଆସୁଥିଲେ । କିନ୍ତୁ ତତ୍କାଳୀନ ମୁଲାୟମ ସିଂ ଯାଦବ ସରକାର ଏହାକୁ ବନ୍ଦ କରିଥିଲେ । ଏଏସ୍ଆଇ ସର୍ଭେ ବେଳେ ସେହି ପ୍ରକୋଷ୍ଠରୁ ହିନ୍ଦୁ ଦେବଦେବୀ ମୂର୍ତ୍ତିର ଭଗ୍ନାବଶେଷ ମିଳିଥିଲା । ହିନ୍ଦୁମାନଙ୍କୁ ପୁଣି ସେଠାରେ ପୂଜା କରିବାକୁ ଅଧିକାର ଦିଆଯାଉ ବୋଲି ଦାବି କରିଥିଲା ହିନ୍ଦୁ ପକ୍ଷ ।

ମୁସଲିମ ପକ୍ଷ ଜିଲ୍ଲା କୋର୍ଟଙ୍କ ରାୟକୁ ବିରୋଧ କରିଛି । ଏହା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯିବାକୁ ଘୋଷଣା କରିଛି ମୁସଲିମ ପକ୍ଷ।

#Odia#Odisha#News
Share Article:

Related Articles