ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ
ବ୍ରହ୍ମପୁର: ନିଆରା ଉଦ୍ଭାବନ, ଯୁଗପଯୋଗୀ ବର୍ଜ୍ୟରୁ ସମ୍ପଦ ଉପକରଣ ନିର୍ମାଣ, କ୍ୟାମ୍ପସ୍ ଚୟନ ଜରିଆରେ ଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଆଖିଦୃଶିଆ ପ୍ଲେସମେଣ୍ଟ, ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆଡମିଶନ୍- ତାଲିମ- ନିଯୁକ୍ତିରେ ପ୍ରୋତ୍ସାହନ ଦେଇ ପୂର୍ବରୁ ବହୁ ପ୍ରଶଂସା ସାଉଁଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏବେ ପୁଣି ଉତ୍ତମ ପ୍ରଦର୍ଶନ ସହ ଦକ୍ଷତା ପ୍ରତିପାଦନ କରି ରାଜ୍ୟରେ ପ୍ରଥମ ହୋଇଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ। ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇର ତିନିଗୋଟି ମଡେଲ୍ ପ୍ରଦର୍ଶିତ ହୋଇଥିଲା। [...]
ବ୍ରହ୍ମପୁର: ନିଆରା ଉଦ୍ଭାବନ, ଯୁଗପଯୋଗୀ ବର୍ଜ୍ୟରୁ ସମ୍ପଦ ଉପକରଣ ନିର୍ମାଣ, କ୍ୟାମ୍ପସ୍ ଚୟନ ଜରିଆରେ ଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଆଖିଦୃଶିଆ ପ୍ଲେସମେଣ୍ଟ, ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆଡମିଶନ୍- ତାଲିମ- ନିଯୁକ୍ତିରେ ପ୍ରୋତ୍ସାହନ ଦେଇ ପୂର୍ବରୁ ବହୁ ପ୍ରଶଂସା ସାଉଁଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏବେ ପୁଣି ଉତ୍ତମ ପ୍ରଦର୍ଶନ ସହ ଦକ୍ଷତା ପ୍ରତିପାଦନ କରି ରାଜ୍ୟରେ ପ୍ରଥମ ହୋଇଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ। ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇର ତିନିଗୋଟି ମଡେଲ୍ ପ୍ରଦର୍ଶିତ ହୋଇଥିଲା। ସେଥିରୁ ଗୋଟିଏ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ବିଜେତା ହେବା ସହ ୩ ଲକ୍ଷ ଟଙ୍କାର ପୁରସ୍କାର ପାଇଛି।

ଗତ ମାସରେ ବ୍ରହ୍ମପୁରରେ ଷ୍ଟାର୍ଟ ଅପ୍ ଓଡ଼ିଶାର ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ ବ୍ରହ୍ମପୁର ସରକାରୀ ଆଇଟିଆଇ, କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଆଇଜର୍, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ୟୁସିପି ଇଞ୍ଜିନିୟରିଂ ସ୍କୁଲ ଆଦି ବୈଷୟିକ ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ରାଜ୍ୟସ୍ତରରୁ ଏକ ପ୍ରତିନିଧି ଦଳ ଏହାର ତଦାରଖ କରିବାକୁ ଆସିଥିଲା। ତେବେ କେବଳ ଆଇଟିଆଇ ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ଚୟନ କରାଯାଇଥିଲା। ଭୁବନେଶ୍ବରରେ ଅନୁଷ୍ଠିତ ”ଓ” ହବ୍ କାର୍ଯ୍ୟକ୍ରମରେ ଏହାର ପ୍ରେସ୍ ଫିଟ୍ ଫ୍ୟୁଜ୍ ମଡେଲଟି ଶ୍ରେଷ୍ଠ ବିବେଚିତ ହୋଇଥିଲା। ଆଇଆଇଟି ଭୁବନେଶ୍ବର, ଆଇଆଇଏମ୍ ସମ୍ବଲପୁର ଆଦି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ଦେଇଥିଲା ବ୍ରହ୍ମପୁର ଆଇଟିଆଇ ଏବଂ ଟିପିଏସଓଡିଏଲ୍ ମିଳିତ ଉଦ୍ୟମରେ ନିର୍ମିତ ଉପରୋକ୍ତ ପ୍ରକଳ୍ପ। ବ୍ରହ୍ମପୁର ସରକାରୀ ଆଇଟିଆଇର ଏହି ସଫଳତାକୁ ନେଇ ବିଭାଗୀୟ ସଚିବ ଉଷା ପାଢ଼ୀ ଅଭିନନ୍ଦନ ଜଣାଇଛନ୍ତି।
ବଜେଟ୍ ନେଇ ବିରୋଧୀଙ୍କ ପ୍ରତିକ୍ରିୟା, କହିଲେ ଏହା ସରକାରଙ୍କ ‘ବିଦାୟୀ ବଜେଟ୍’, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ
Next Articleପ୍ରଧାନମନ୍ତ୍ରୀଙ୍କ ଆସନ୍ତା ସମ୍ବଲପୁର ଗସ୍ତ : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
