ବଜେଟ୍ ନେଇ ବିରୋଧୀଙ୍କ ପ୍ରତିକ୍ରିୟା, କହିଲେ ଏହା ସରକାରଙ୍କ ‘ବିଦାୟୀ ବଜେଟ୍’, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ବିରୋଧୀ ନିରାଶାଜନକ ଏବଂ ସରକାରଙ୍କ ‘ବିଦାୟୀ ବଜେଟ୍’ ବୋଲି କହିଛନ୍ତି। ଏଥିରେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ । ଏହାଛଡ଼ା ମୁଦ୍ରାସ୍ଫୀତି ଓ ବେକାରୀ ଭଳି ପ୍ରସଙ୍ଗରେ ଉଲ୍ଲେଖ ନାହିଁ ବୋଲି କହିଛନ୍ତିି ବିରୋଧୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆର୍ଥିକ ବର୍ଷ ପାଇଁ ଗୁରୁବାର ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ଯ ଜନପ୍ରିୟ ଘୋଷଣାକୁ ଏଡ଼ାଯାଇ ସଂସ୍କାର ଉପରେ [...]
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ବିରୋଧୀ ନିରାଶାଜନକ ଏବଂ ସରକାରଙ୍କ ‘ବିଦାୟୀ ବଜେଟ୍’ ବୋଲି କହିଛନ୍ତି। ଏଥିରେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ । ଏହାଛଡ଼ା ମୁଦ୍ରାସ୍ଫୀତି ଓ ବେକାରୀ ଭଳି ପ୍ରସଙ୍ଗରେ ଉଲ୍ଲେଖ ନାହିଁ ବୋଲି କହିଛନ୍ତିି ବିରୋଧୀ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆର୍ଥିକ ବର୍ଷ ପାଇଁ ଗୁରୁବାର ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ଯ ଜନପ୍ରିୟ ଘୋଷଣାକୁ ଏଡ଼ାଯାଇ ସଂସ୍କାର ଉପରେ ଧ୍ୟାନ ଦିଆଯାଇଛି ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି, କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ୍ କେବଳ ରଙ୍ଗୀନ ଶବ୍ଦର ଏକ ଇନ୍ଦ୍ରଜାଲ । ଏଥିରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ। ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ସରକାର ଦେଇଥିବା କେତେ ପ୍ରତିଶ୍ରୁତି ପୂରଣ ହୋଇଛି ତାହା କେନ୍ଦ୍ର ସରକାର କହିବା ଉଚିତ୍।
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କେନ୍ଦ୍ରର ବିଜେପି ସରକାରକୁ ‘ଧନୀଙ୍କ ପାଇଁ, ଧନୀଙ୍କ ଦ୍ବାରା ଏବଂ ଧନୀଙ୍କ ସରକାର’ ବୋଲି ଅଭିହିତ କରିଛନ୍ତି । ମଧ୍ୟବର୍ତ୍ତୀ ବଜେଟରେ ବେକାରୀ ସମସ୍ୟା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରାଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି, ୟୁପିଏ ସରକାର ସମୟରେ ହାରାହାରି ଅଭିବୃଦ୍ଧି ହାର ୭.୫ ପ୍ରତିଶତ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ହାରାହାରି ଅଭିବୃଦ୍ଧି ହାର ୬ ପ୍ରତିଶତରୁ ବି କମ୍ ରହିଛି।
କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି, “ବଜେଟ୍ ଭାଷଣ ବେଶ୍ ସଂକ୍ଷିପ୍ତ ଏବଂ ନିରାଶାଜନକ ଥିଲା। ବହୁତ ବୟାନବାଜି ହୋଇଥିଲା | ସରକାର ଅନେକ ପ୍ରସଙ୍ଗକୁ ଆଦୌ ଛୁଇଁ ନାହାଁନ୍ତି | ବେକାରୀ ଭଳି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ଏହି ସରକାର ମଧ୍ୟ ଏହାର ବିଫଳତାକୁ ସଫଳତା ରୂପେ ଉପସ୍ଥାପନ କରିବ। ସାଧାରଣ ଭାରତୀୟ ଭୋଟରଙ୍କୁ ପଚାରନ୍ତୁ ସରକାରଙ୍କ ନୀତିରୁ ସେମାନଙ୍କ ପକେଟକୁ କ’ଣ ମିଳିଛି, ତା’ପରେ ଦେଶର ସାଧାରଣ ଲୋକ କ’ଣ ଭାବୁଛନ୍ତି ଉତ୍ତର ମିଳିଯିବ।”
ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟକୁ ଭାରତୀୟ ଜନତା ପାର୍ଟି (ବିଜେପି) ର ‘ବିଦାୟୀ ବଜେଟ୍’ ବୋଲି କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ମନ୍ତବ୍ୟରେ ଅଖିଳେଶ କହିଛନ୍ତି, ଯଦି କୌଣସି ବଜେଟ୍ ବିକାଶ ପାଇଁ ନୁହେଁ ଏବଂ କୌଣସି ବିକାଶ ଲୋକଙ୍କ ପାଇଁ ନୁହେଁ ତେବେ ଏହା ବ୍ୟର୍ଥ।
ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଅନ୍ତରୀଣ ବଜେଟକୁ ଏକ ବାସ୍ତବତାରୁ ଦୂର ଏକ ନିର୍ବାଚନୀ ବଜେଟ୍ ବୋଲି କହିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ରର ବିଜେପି ସରକାରକୁ କଟାକ୍ଷ କରି କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦୀ ସରକାରଙ୍କ “ଶେଷ” ବଜେଟ୍ ଉପସ୍ଥାପନ କରିଛନ୍ତି।
ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟକୁ ଏକ ନିର୍ବାଚନୀ ଚାଲ୍ ବୋଲି ତୃଣମୂଳ କଂଗ୍ରେସ (ଟିଏମସି) କହିଛି । ବିଜେପିକୁ “ରାଜନୀତି ବନ୍ଦ କରି ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଛି। ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ଟିଏମସି ନେତା ତଥା ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କୃଷକଙ୍କ ଆତ୍ମହତ୍ୟା ନେଇ କେନ୍ଦ୍ରର ବିଜେପି ସରକାରକୁ ନିନ୍ଦା କରିଛନ୍ତି।
ଏହି ବଜେଟରେ କିଛି ନାହିଁ ବୋଲି ଶିରୋମଣି ଅକାଳୀ ଦଳ ନେତା ହର୍ଷମ୍ରତ କୌର ବାଦଲ ଦାବି କରିଛନ୍ତି। ସେ କହିଛନ୍ତି, “ଯଦି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ପଡ଼ୁଛି, ତେବେ କୋଟି କୋଟି ଲୋକ କିପରି ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିଲେ? ସରକାରଙ୍କ କଥାରେ ଅନେକ ବ୍ୟତିକ୍ରମ ଅଛି | ସରକାର ନିଜ ପିଠି ଥାପୁଡ଼େଇଛନ୍ତି, କିନ୍ତୁ ଏହି ବଜେଟ୍ ବାସ୍ତବତାଠାରୁ ବହୁ ଦୂରରେ।”
5T Chairman Visits Akhayara Bhoomi, Reviews Preparation for First World Odia Language Conference
Next Articleବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
