News Room Odisha
BREAKING
Odia

ଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ, ଆସନ୍ତା ୮ରେ ଅନ୍ତରୀଣ ବଜେଟ

ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେବ ଅନ୍ତିମ ଅଧିବେଶନ। ଏହି ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି। ସ୍ୱଳ୍ପକାଳିନ ଅଧିବେଶନ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଆସନ୍ତା ୮ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ । ବିଧାନସଭା ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି [...]

Admin•February 5, 2024
Share Article:

ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେବ ଅନ୍ତିମ ଅଧିବେଶନ। ଏହି ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି। ସ୍ୱଳ୍ପକାଳିନ ଅଧିବେଶନ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଆସନ୍ତା ୮ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ ।

ବିଧାନସଭା ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି ଅରୁଣ ଷଡଙ୍ଗୀ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତିନି ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା। ସୁରକ୍ଷା ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏଥିସହ ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କୁଇକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ରହିଛନ୍ତି । ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ପାଖାପାଖି ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

#Odia#Odisha#News
Share Article:

Related Articles