କନ୍ଧମାଳ ପୋଲିସକୁ ବଡ଼ ସଫଳତା: କେକେବିଏନ୍ କମାଣ୍ଡର୍ ଦାସୁରୁ ମୃତ
ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି। ଏଥର ମଧ୍ୟ ପୋଲିସକୁ ଆମ୍ବୁସ୍ କରିବାକୁ ଟାର୍ଗେଟ୍ କରିଥିବା ମାଓ ବାହିନୀ ଓଲଟା ସୁରକ୍ଷାକର୍ମୀଙ୍କ ଗୁଳିରେ ନିଜର ଜଣେ ଟପ୍ କମାଣ୍ଡରକୁ ହରାଇଛି। ପୋଲିସ ସହ ଗୁଳି ବିନିମୟରେ କେକେବିଏନ୍ (କନ୍ଧମାଳ- କଳାହାଣ୍ଡି- ବୌଦ୍ଧ- ନୟାଗଡ଼) ଡିଭିଜନ୍ କମାଣ୍ଡର୍ ଦାସୁରୁ ମଣ୍ଡାରୀ (ଗୁଡୁ) ପ୍ରାଣ ହରାଇଛି। ଶନିବାର ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କାକେରିକୁପା ଜଙ୍ଗଲରେ ଏହି ଗୁଳି [...]
ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି। ଏଥର ମଧ୍ୟ ପୋଲିସକୁ ଆମ୍ବୁସ୍ କରିବାକୁ ଟାର୍ଗେଟ୍ କରିଥିବା ମାଓ ବାହିନୀ ଓଲଟା ସୁରକ୍ଷାକର୍ମୀଙ୍କ ଗୁଳିରେ ନିଜର ଜଣେ ଟପ୍ କମାଣ୍ଡରକୁ ହରାଇଛି। ପୋଲିସ ସହ ଗୁଳି ବିନିମୟରେ କେକେବିଏନ୍ (କନ୍ଧମାଳ- କଳାହାଣ୍ଡି- ବୌଦ୍ଧ- ନୟାଗଡ଼) ଡିଭିଜନ୍ କମାଣ୍ଡର୍ ଦାସୁରୁ ମଣ୍ଡାରୀ (ଗୁଡୁ) ପ୍ରାଣ ହରାଇଛି। ଶନିବାର ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କାକେରିକୁପା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଥିବା ବେଳେ ପୋଲିସକୁ ଏହି ବଡ଼ ସଫଳତା ମିଳିଥିବା ଫୁଲବାଣୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଉପରୋକ୍ତ ସୂଚନା ଦେଇଛନ୍ତି।
ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ୍, ଜିଲୋଟିନ୍ ଷ୍ଟିକ୍, ତାର, ଔଷଧ, ପୋଷାକ, ମାଓ ପୁସ୍ତକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ପୋଲିସ ରେକର୍ଡ ମୁତାବକ ଏହି ଦୁର୍ଦ୍ଦାନ୍ତ ମାଓ ନେତା ବିରୋଧରେ ହତ୍ୟା, ଲୁଣ୍ଠନ ଭଳି ୨୨ରୁ ଅଧିକ କେସ୍ ରହିଥିବା ବେଳେ ତା ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରହିଥିଲା। ଏହି ମାଓ ନେତା ସୁଡ୍ରା ଅଞ୍ଚଳରେ ଗାଁ କୁ ଗାଁ ବୁଲି ଆଗାମୀ ନିର୍ବାଚନ ବର୍ଜନ କରିବା ତଥା ଭୋଟ ନଦେବାକୁ ଅଞ୍ଚଳବାସୀଙ୍କୁ ଭୟଭୀତ କରାଉଥିଲେ। ପୋଲିସ ଏ ନେଇ ଗୋଇନ୍ଦା ସୂଚନା ପାଇବା ସହ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା। ଆଉ ଚଳିତ ବର୍ଷର ପ୍ରଥମ ବଡ଼ ସଫଳତା ପାଇଥିଲା। ଦାସୁରୁର ମୃତ୍ୟୁ ଲାଲ୍ ବାହିନୀ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି। ଛତିଶଗଡ଼ ରାଜ୍ୟ ସୁକମା ଅଞ୍ଚଳର ବାସିନ୍ଦା ଦାସୁରୁ ଗତ ଦେଢ଼ ଦଶନ୍ଧି ଧରି କନ୍ଧମାଳ- ବୌଦ୍ଧ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଡ୍ୟୁଟିରେ ଥିବା ମହିଳା ଜିଆରଏସଙ୍କ ହତ୍ୟା, ଠିକା ସଂସ୍ଥା ଜଗୁଆଳି ହତ୍ୟା ସହ ଗାଡ଼ି ପୋଡ଼ି, ବେଲଘର ଅଞ୍ଚଳରେ ପୋଲିସ ଇନଫର୍ମର୍ ସନ୍ଦେହରେ ଜଣଙ୍କୁ ହତ୍ୟା, ଗତବର୍ଷ ମେ ମାସରେ ସୁମେରୁବନ୍ଧ ପୂର୍ବତନ ସରପଞ୍ଚଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ହତ୍ୟା ସହ ବିଭିନ୍ନ ହିଂସା ମାମଲାରେ ସେ ସମ୍ପୃକ୍ତ ଥିଲା ଦାସୁରୁ। ଶେଷରେ ପୋଲିସ ଗୁଳିରେ ଏହି ଦୁର୍ଦ୍ଦାନ୍ତ ମାଓ କମାଣ୍ଡରର ମୃତ୍ୟୁ ଘଟିଛି। ଏଥିସହ କେକେବିଏନ୍ ଡିଭିଜନ୍ ଦୁର୍ବଳ ହୋଇ ଜିଲ୍ଲାରେ ମାଓ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ମେଳା
Next Articleଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ, ଆସନ୍ତା ୮ରେ ଅନ୍ତରୀଣ ବଜେଟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
