News Room Odisha
BREAKING
Odia

ଆଜିଠୁ ସମଲେଇ ଦର୍ଶନରେ ଆସିବେ ବିଭିନ୍ନ ଜିଲ୍ଲାରୁ ଭକ୍ତ, ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା

ସମ୍ବଲପୁର: ମାଁ ସମଲେଇଙ୍କ ପ୍ରକଳ୍ପ ପରିକ୍ରମା ଉଦଘାଟନ ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ମାଁ ସମଲେଇଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭକ୍ତ ଆସୁଛନ୍ତି। ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀର ଭକ୍ତ ବିଭିନ୍ନ ଦିନରେ ମାଁଙ୍କ ଦର୍ଶନ ସହ ଏହି ପରିକ୍ରମାର ସୌଭାଗ୍ଯ ଲାଭ ପାଇଁ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା ହୋଇଛି। ଗତକାଲି ଏନେଇ ଜିଲ୍ଲାପାଳ [...]

Admin•February 5, 2024
Share Article:

ସମ୍ବଲପୁର: ମାଁ ସମଲେଇଙ୍କ ପ୍ରକଳ୍ପ ପରିକ୍ରମା ଉଦଘାଟନ ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ମାଁ ସମଲେଇଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭକ୍ତ ଆସୁଛନ୍ତି। ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀର ଭକ୍ତ ବିଭିନ୍ନ ଦିନରେ ମାଁଙ୍କ ଦର୍ଶନ ସହ ଏହି ପରିକ୍ରମାର ସୌଭାଗ୍ଯ ଲାଭ ପାଇଁ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା ହୋଇଛି।

ଗତକାଲି ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମଣ୍ଡଳିଆ ପଡିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ପହଞ୍ଚିବା ଠୁ ଫେରିବା ପର୍ଯ୍ୟନ୍ତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଚାରୁ ରୂପେ ତୁଲେଇବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ନୂଆପୋଡ଼ା ଜିଲ୍ଲାର ଖରିଆର ଏବଂ ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳିର ଭକ୍ତମାନେ ଆସି ମାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ସୋନପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳି ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର, ସୁନ୍ଦରଗଡ଼ ର ତଳସରା ଏବଂ ବୀରମିତ୍ରପୁର,୭ ଫେବୃଆରୀ ରେ କଲାହାଣ୍ଡି ଜିଲ୍ଲାର ଭବାନୀପାଟଣା, ବରଗଡ଼ର ପଦ୍ମପୁର, ସୁନ୍ଦରଗଡ଼ ର ରାଜଗାଙ୍ଗପୁର ଏବଂ ବୌଦ୍ଧର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭକ୍ତ ଦର୍ଶନ କରିବେ। ୮ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ବରଗଡ଼ର ଭଟଲି, ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏବଂ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼। ୯ତାରିଖରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ। ୧୦ ତାରିଖରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, ଦେଓଗଡ଼ ଜିଲ୍ଲାର ଦେଓଗଡ ଏବଂ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା। ୧୧ତାରିଖ ଦିନ ବରଗଡ ଜିଲ୍ଲାର ବିଜେପୁର, ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଏବଂ ନର୍ଲା ନିର୍ବାଚନ ମଣ୍ଡଳୀ। ୧୨ ତାରିଖ ଦିନ ବରଗଡ଼ ଜିଲ୍ଲାର ବରଗଡ଼, ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି। ୧୩ ତାରିଖ ଦିନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ସୋନପୁର ଜିଲ୍ଲାର ସୋନପୁର, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଏବଂ ସମ୍ବଲପୁର ଜିଲ୍ଲାର ସମ୍ବଲପୁର ଏବଂ ୧୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ସୁନ୍ଦରଗଡ ନିର୍ବାଚନ ମଣ୍ଡଳିର ଭକ୍ତ ଦର୍ଶନ କରିବାର ସୌଭାଗ୍ୟଲାଭ କରିବେ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲାର ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ମନ୍ଦିର ଟ୍ରଷ୍ଟ ବୋର୍ଡର ପ୍ରେସିଡେଣ୍ଟ ସଞ୍ଜୟ ବାବୁ, ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ, ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ, ସଦର ତହସିଲଦାର ମନୋଜ ପ୍ରଭାକର କୁଜୁର, କ୍ରୀଡା ବିଭାଗର ଓଏସଡି ସୁଶାନ୍ତ ସାହୁ, ଏଲ.ଏ.ଓ ଆଦିତ୍ୟ ପଣ୍ଡା, ମେଡିକାଲର ପ୍ରଶାସନିକ ଅଧିକାରୀ ନୀଳାମ୍ବର ମହାନନ୍ଦ, ସମେତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles