ଶଙ୍କର ମହାଦେବନ ଓ ଜାକିର ହୁସେନଙ୍କୁ ଗ୍ରାମି ପୁରସ୍କାର
ନୂଆଦିଲ୍ଲୀ: ଭାରତୀୟ ଗାୟକ ତଥା ସଙ୍ଗୀତକାର ଶଙ୍କର ମହାଦେବନ ଓ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କୁ ମିଳିଛି ସମ୍ମାନଜନକ ଗ୍ରାମି ପୁରସ୍କାର । ଉଭୟଙ୍କ ବ୍ୟାଣ୍ଡ୍ ‘ଶକ୍ତି’ ଦ୍ଵାରା ପ୍ରସ୍ତୁତ ଆଲବମ୍ ‘ଦିସ୍ ମୋମେଣ୍ଟ’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଗ୍ରାମି ପୁରସ୍କାର ଜିତିଛି । ଏହି ଆଲବମରେ ମୋଟ ୮ଟି ଗୀତ ରହିଛି । ଏହି ବ୍ୟାଣ୍ଡରେ ଶଙ୍କର ମହାଦେବନ୍, ଜନ୍ ମ୍ୟାକଲଫଲିନ୍, ଜାକିର ହୁସେନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ୍ [...]
ନୂଆଦିଲ୍ଲୀ: ଭାରତୀୟ ଗାୟକ ତଥା ସଙ୍ଗୀତକାର ଶଙ୍କର ମହାଦେବନ ଓ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କୁ ମିଳିଛି ସମ୍ମାନଜନକ ଗ୍ରାମି ପୁରସ୍କାର । ଉଭୟଙ୍କ ବ୍ୟାଣ୍ଡ୍ ‘ଶକ୍ତି’ ଦ୍ଵାରା ପ୍ରସ୍ତୁତ ଆଲବମ୍ ‘ଦିସ୍ ମୋମେଣ୍ଟ’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଗ୍ରାମି ପୁରସ୍କାର ଜିତିଛି । ଏହି ଆଲବମରେ ମୋଟ ୮ଟି ଗୀତ ରହିଛି ।
ଏହି ବ୍ୟାଣ୍ଡରେ ଶଙ୍କର ମହାଦେବନ୍, ଜନ୍ ମ୍ୟାକଲଫଲିନ୍, ଜାକିର ହୁସେନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ୍ ଭଳି କଳାକାର ଅଛନ୍ତି | ଏହି ବ୍ୟାଣ୍ଡ୍ ବ୍ୟତୀତ ବଂଶୀ ବାଦକ ରାକେଶ ଚୌରାସିଆ ମଧ୍ୟ ଦୁଇଟି ଗ୍ରାମି ପୁରସ୍କାର ଜିତିଛନ୍ତି ।
ଫ୍ୟୁଜନ୍ ବ୍ୟାଣ୍ଡ ‘ଶକ୍ତି’ ୪୫ ବର୍ଷ ପରେ ନିଜ ପ୍ରଥମ ଆଲବମ୍ ରିଲିଜ୍ କରିଥିବାବେଳେ ସିଧାସଳଖ ଗ୍ରାମି ପୁରସ୍କାର ଜିତିଛି | ଇଂଲିଶ୍ ଗିଟାରିଷ୍ଟ ଜନ୍ ମ୍ୟାକଲଫଲିନ୍ ଭାରତୀୟ ଭାୟଲିନ୍ ବାଦକ ଏଲ୍ ଶଙ୍କର, ତବଲା ବାଦକ ଜାକିର ହୁସେନ୍ ଏବଂ ଟିଏଚ୍ ‘ବିକ୍କୁ’ ବିନୟକରାମ ସହିତ ଫ୍ୟୁଜନ୍ ବ୍ୟାଣ୍ଡ ‘ଶକ୍ତି’ ଆରମ୍ଭ କରିଥିଲେ | ତେବେ ୧୯୭୭ ପରେ ଏହି ବ୍ୟାଣ୍ଡ୍ ସେଭଳି ସକ୍ରିୟ ନଥିଲା |
ପ୍ରସିଦ୍ଧ ଭାରତୀୟ ତବଲା ବାଦକ ଖେଳାଳି ଜାକିର ହୁସେନଙ୍କ ଏହା ହେଉଛି ତୃତୀୟ ଗ୍ରାମି ପୁରସ୍କାର | ଏହାପୂର୍ବରୁ ସେ ‘ପ୍ଲାନେଟ୍ ଡ୍ରମ୍ସ’ ଆଲବମ୍ ପାଇଁ ଟିଏଚ୍ ‘ବିକ୍କୁ’ ବିନାୟକରାମ ସହିତ ଗ୍ରାମି ଜିତିଥିଲେ | ୨୦୦୮ରେ ସେ ‘ଗ୍ଲୋବାଲ୍ ଡ୍ରମ୍ ପ୍ରୋଜେକ୍ଟ’ ପାଇଁ ମଧ୍ୟ ଏକ ଗ୍ରାମି ପାଇଥିଲେ | ୨୦୨୨ରେ ମଧ୍ୟ ଭାରତ ଦୁଇଟି ଗ୍ରାମୀ ଜିତିଥିଲା | ସେହିବର୍ଷ ପିଏ ଦୀପକ, ରିକି କେଜ୍ ‘ଡିଭାଇନ୍ ଟାଇଡସ୍’ ପାଇଁ ‘ବେଷ୍ଟ ନ୍ୟୁ ଏଜ୍ ଆଲବମ୍’ ବର୍ଗରେ ଗ୍ରାମି ପୁରସ୍କାର ଜିତିଥିଲେ ।
ଗ୍ରାମି ପୁରସ୍କାର ହେଉଛି ସଙ୍ଗୀତ ଜଗତର ସବୁଠୁ ବଡ଼ ସମ୍ମାନ। ଆମେରିକାରେ ଲସ୍ ଆଞ୍ଜେଲସର କ୍ରିପ୍ଟୋ.କମ୍ ଏରେନାରେ ଗ୍ରାମି ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି ।
ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
Next Articleଆଜିଠୁ ସମଲେଇ ଦର୍ଶନରେ ଆସିବେ ବିଭିନ୍ନ ଜିଲ୍ଲାରୁ ଭକ୍ତ, ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
