News Room Odisha
BREAKING
Odia

ଶରଦ ପାୱାରଙ୍କ ଏନସିପିକୁ ମିଳିଲା ନୂଆ ନାମ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶରଦ ପାୱାର ଗୋଷ୍ଠୀର ଏନସିପିକୁ ଏକ ନୂଆ ନାଁ ଦେଇଛନ୍ତି। ଏହି ଦଳ ଏବେ ‘ଏନସିପି ଶରଦଚନ୍ଦ୍ର ପାୱାର’ ନାମରେ ପରିଚିତ ହେବ। ତେବେ ଦଳର ନିର୍ବାଚନ ପ୍ରତୀକ କ’ଣ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଫେବୃଆରୀ ୭ରେ ଶରଦ ପାୱାର ଗୋଷ୍ଠୀ ତିନୋଟି ନାମ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଥିଲା। ଏହି ତିନି ନାମ ହେଲା – ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏସ୍), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି [...]

Admin•February 7, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶରଦ ପାୱାର ଗୋଷ୍ଠୀର ଏନସିପିକୁ ଏକ ନୂଆ ନାଁ ଦେଇଛନ୍ତି। ଏହି ଦଳ ଏବେ ‘ଏନସିପି ଶରଦଚନ୍ଦ୍ର ପାୱାର’ ନାମରେ ପରିଚିତ ହେବ। ତେବେ ଦଳର ନିର୍ବାଚନ ପ୍ରତୀକ କ’ଣ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଫେବୃଆରୀ ୭ରେ ଶରଦ ପାୱାର ଗୋଷ୍ଠୀ ତିନୋଟି ନାମ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଥିଲା। ଏହି ତିନି ନାମ ହେଲା – ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏସ୍), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର) ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଶରଦଚନ୍ଦ୍ର ପାୱାର।

ନିର୍ବାଚନ ପ୍ରତୀକ ନେଇ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ତିନୋଟି ପ୍ରତୀକ ପ୍ରସ୍ତାବ ଦେଇଛି । ସେଥିମଧ୍ୟରେ ବରଗଛ, ଉଦିତ ସୂର୍ଯ୍ୟ ଏବଂ କପ୍-ପ୍ଲେଟ୍ ରହିଛି | ତେବେ ଦଳକୁ ବରଗଛ ଚିହ୍ନ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଥାଉକି ଫେବୃଆରୀ ୬ରେ ନିର୍ବାଚନ କମିଶନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିଥିଲେ। ଛ’ ମାସ ଧରି ଚାଲିଥିବା ୧୦ଟି ଶୁଣାଣି ପରେ ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ‘କାନ୍ଥଘଣ୍ଟା’ ଅଜିତ ପାୱାର ଗୋଷ୍ଠୀକୁ ଦିଆଯାଇଥିଲା।

ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ ଶରଦ ପାୱାର ଗୋଷ୍ଠୀକୁ ନିଜ ଦଳର ନୂଆ ନାଁ ପାଇଁ ତିନୋଟି ନାମ ପଠାଇବାକୁ ଶରଦ ପାୱାର ଗୋଷ୍ଠୀକୁ ବୁଧବାର ଅପରାହ୍ନ ୪ଟା ଯାଏଁ ସମୟସୀମା ଦେଇଥିଲେ । ଯଦି ନାମ ନ ଦିଆଯାଏ ତେବେ ଶରଦ ପାୱାର ଗୋଷ୍ଠୀକୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ପଡ଼ିବ ବୋଲି କହିଥିଲେ କମିଶନ।

#Odia#Odisha#News
Share Article:

Related Articles