News Room Odisha
BREAKING
Odia

ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ୟୁସିସି ବିଲ୍

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଛି ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ । ବୁଧବାର ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଛି ଏହି ବିଲ୍ । ଏଥିସହ ଉତ୍ତରାଖଣ୍ଡ ୟୁସିସି ବିଲ୍ ପାସ କରିବାରେ ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଫେବୃଆରୀ ୬ରେ ବିଧାନସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ। ବିଲ୍ ପାରିତ ହେବା ପରେ ଏହାକୁ ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। [...]

Admin•February 7, 2024
Share Article:

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଛି ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ । ବୁଧବାର ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଛି ଏହି ବିଲ୍ । ଏଥିସହ ଉତ୍ତରାଖଣ୍ଡ ୟୁସିସି ବିଲ୍ ପାସ କରିବାରେ ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଫେବୃଆରୀ ୬ରେ ବିଧାନସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ।

ବିଲ୍ ପାରିତ ହେବା ପରେ ଏହାକୁ ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ । ୨୦୨୨ ବିଧାନସଭା ନିର୍ବାଚନରେ ​​ୟୁସିସି ଆଣିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା।

ଏହି ବିଲ୍ ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡରେ ଲିଭ୍ ଇନ୍ ସମ୍ପର୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଏପରି ନକଲେ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି | ଏହାଛଡ଼ା ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ ମଧ୍ୟ ବେଆଇନ ବୋଲି ଧରାଯିବ। ୟୁସିସି ବିଲରେ ବହୁ ବିବାହକୁ ମଧ୍ୟ ବ୍ୟାନ୍ କରାଯାଇଛି । ସବୁ ଧର୍ମ ପାଇଁ ସମାନ ଆଇନ ଲାଗୁ କରିବା ଏହି ବିଲର ଲକ୍ଷ୍ୟ ।

#Odia#Odisha#News
Share Article:

Related Articles