ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲିଲେ ୫-ଟି ଓ ନବୀନ ଅଧ୍ୟକ୍ଷ,ମେଟାଭର୍ସରେ ସମ୍ପୂର୍ଣ୍ଣ ପ୍ରଦର୍ଶନୀର ଚିତ୍ର ଉପସ୍ଥାପନକୁ ପ୍ରଶଂସା
ଭୁବନେଶ୍ୱର – ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିବା ଜନତା ମଇଦାନଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଦର୍ଶନୀ ଦେଖି ଆସିଥିବା ବିଭିନ୍ନ ସ୍କୁଲର [...]
ଭୁବନେଶ୍ୱର – ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିବା ଜନତା ମଇଦାନଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଦର୍ଶନୀ ଦେଖି ଆସିଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏଭଳି ପ୍ରଦର୍ଶନୀ କିପରି ସେମାନଙ୍କ ମନକୁ ଛୁଉଁଛି ସେ ବିଷୟରେ ପିଲାଙ୍କୁ ପଚାରି ବୁଝିଥିଲେ । ପ୍ରଦର୍ଶନୀ ପରିସରରେ ଥିବା ଭ୍ରାମ୍ୟମାଣ ପାଠଗାରକୁ ସେ ଦେଖିବା ସହ ଏହା ଛାତ୍ରଛାତ୍ରୀ ଓ ଯୁବପିଢିକୁ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରଦର୍ଶନୀର ଆଧୁନିକ ବିଭାଗରେ ଥିବା ‘ଡୋମ୍ ଅଫ୍ ଦ ଫ୍ୟୁଚର’ କକ୍ଷକୁ ଯାଇଥିଲେ ୫-ଟି ଅଧ୍ୟକ୍ଷ। ସେଠାରେ ପ୍ରଦର୍ଶିତ ଅତ୍ୟାଧୁନିକ ରୋବଟ୍, ଆଧୁନିକ ଓଡ଼ିଆ କି-ବୋର୍ଡ ଓ ଫଣ୍ଟ, ଓଡ଼ିଆ ୱିକିପିଡିଆ, ମୁଁ ଓଡ଼ିଆ ଇ-ଲର୍ଣ୍ଣିଂ ଆପ୍ ଆଦି ଦେଖିଥିଲେ।
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ କରାଯାଇଥିବା ବିଶାଳ ପ୍ରର୍ଦଶନୀକୁ ଅତ୍ୟାଧୁନିକ ମେଟାଭର୍ସରେ ଉପସ୍ଥାପନ କରାଯାଇଛି। ପ୍ରଦର୍ଶନୀ ବୁଲିବା ଅବସରରେ ୫-ଟି ଅଧ୍ୟକ୍ଷ ମେଟାଭର୍ସରେ ଥିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦେଖିଥିଲେ। ଅତ୍ୟାଧୁନିକ ଭିଆର୍ ଯୋଗେ ସେ ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ ଦ୍ୱାରା କରାଯାଇଥିବା ଏହି ଉଦ୍ୟମକୁ ସେ ଭୂୟସୀ ପ୍ରଂଶସା କରିଥିଲେ।
ଏହି ଅତ୍ୟାଧୁନିକ ମେଟାଭର୍ସ ମାଧ୍ୟମରେ ଦେଶ ବିଦେଶରେ ଥିବା ଲୋକେ ଭାଷା ସମ୍ମିଳନୀର ୱେବସାଇଟ୍ ଜରିଆରେ ପ୍ରଦର୍ଶନୀର କୋଣ ଅନୁକୋଣର ଚିତ୍ର ଅନଲାଇନରେ ଦେଖିପାରୁଛନ୍ତି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଥ୍ରି-ଡି ଭିଡିଓ ଓ ଏହାସହିତ ଯୋଡା ଯାଇଥିବାରୁ ଲୋକମାନେ ଦୂରରେ ଥାଇ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହି ସମ୍ମିଳନୀ ଏବଂ ଓଡ଼ିଶାର କଳା ଓ ଐତିହ୍ୟ ସହିତ ନିଜକୁ ଯୋଡ଼ି ପାରୁଛନ୍ତି।
ସୂଚନା ଅନୁଯାୟୀ ପ୍ରଥମ ୫ ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଦେଶବିଦେଶରେ ଥାଇ ମେଟାଭର୍ସ ମାଧ୍ୟମରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମରେ ଅନଲାଇନରେ ସାମିଲ ହୋଇପାରିଛନ୍ତି ।
CM Inaugurates Iconic Odisha Adarsha Vidyalaya in Bhubaneswar
Next Articleନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ଜିତିଲେ ଓଡ଼ିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
