ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ଜିତିଲେ ଓଡ଼ିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର
ଭୁବନେଶ୍ୱର – ଓଡ଼ିଶାର ଉଦୀୟମାନ ସନ୍ତରଣ ତାରକା ମନ୍ନତା ମିଶ୍ର ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ପଦକ ଜିଣିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଉଦଘାଟନୀ ବିମଷ୍ଟେକ ଜଳକ୍ରୀଡା ପ୍ରତିଯୋଗିତାରେ ୧୭ ବର୍ଷିୟା ମନ୍ନତା ମିଶ୍ର ସନ୍ତରଣର ୨୦୦ ମିଟର ମହିଳା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ । ଓଡ଼ିଶା ଆଇଆଇଏସ ସୁଇମିଂ ଉତ୍କର୍ଷ କେନ୍ଦ୍ର ( ଏଚପିସି )ର ପ୍ରଶିକ୍ଷାର୍ଥୀ [...]
ଭୁବନେଶ୍ୱର – ଓଡ଼ିଶାର ଉଦୀୟମାନ ସନ୍ତରଣ ତାରକା ମନ୍ନତା ମିଶ୍ର ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ପଦକ ଜିଣିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଉଦଘାଟନୀ ବିମଷ୍ଟେକ ଜଳକ୍ରୀଡା ପ୍ରତିଯୋଗିତାରେ ୧୭ ବର୍ଷିୟା ମନ୍ନତା ମିଶ୍ର ସନ୍ତରଣର ୨୦୦ ମିଟର ମହିଳା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ।
ଓଡ଼ିଶା ଆଇଆଇଏସ ସୁଇମିଂ ଉତ୍କର୍ଷ କେନ୍ଦ୍ର ( ଏଚପିସି )ର ପ୍ରଶିକ୍ଷାର୍ଥୀ ମନ୍ନତା ଗତବର୍ଷ ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡାର ୪ ଗୁଣା ୪୦୦ ମିଟର ମହିଳା ମେଡଲେ ରିଲେରେ ବ୍ରୋଞ୍ଜ ବିଜୟୀ ଓଡ଼ିଶା ଦଳର ସଦସ୍ୟ ଥିଲେ ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲିଲେ ୫-ଟି ଓ ନବୀନ ଅଧ୍ୟକ୍ଷ,ମେଟାଭର୍ସରେ ସମ୍ପୂର୍ଣ୍ଣ ପ୍ରଦର୍ଶନୀର ଚିତ୍ର ଉପସ୍ଥାପନକୁ ପ୍ରଶଂସା
Next ArticleOdisha Swimmer Mannata Mishra Clinches Her First International Medal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
