News Room Odisha
BREAKING
Odia

ଆଜି ଉତ୍କଳ ଭାରତୀଙ୍କ ଜୟନ୍ତୀ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ବିଶିଷ୍ଟ ସାରସ୍ୱତ ସାଧିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅନ୍ୟତମ ନାରୀନେତ୍ରୀ ତଥା ବିଶିଷ୍ଟ ସାରସ୍ୱତ ସାଧିକା ହେଉଛନ୍ତି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ସ୍ୱାଧୀନତା ସମୟର ଓଡ଼ିଆ ସାହିତ୍ୟିକାଙ୍କ ମଧ୍ୟରେ ସେ ଥିଲେ ସ୍ୱତନ୍ତ୍ର। ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଦିଗରେ ତାଙ୍କର କାଳଜୟୀ ରଚନା ସର୍ବଦା ପ୍ରେରଣାଦାୟୀ ବୋଲି [...]

Admin•February 8, 2024
Share Article:

ଭୁବନେଶ୍ୱର – ଆଜି ବିଶିଷ୍ଟ ସାରସ୍ୱତ ସାଧିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅନ୍ୟତମ ନାରୀନେତ୍ରୀ ତଥା ବିଶିଷ୍ଟ ସାରସ୍ୱତ ସାଧିକା ହେଉଛନ୍ତି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ସ୍ୱାଧୀନତା ସମୟର ଓଡ଼ିଆ ସାହିତ୍ୟିକାଙ୍କ ମଧ୍ୟରେ ସେ ଥିଲେ ସ୍ୱତନ୍ତ୍ର। ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଦିଗରେ ତାଙ୍କର କାଳଜୟୀ ରଚନା ସର୍ବଦା ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି।

#Odia#Odisha#News
Share Article:

Related Articles