News Room Odisha
BREAKING
Odia

ମାଘରେ ଗ୍ରୀଷ୍ମର ଭ୍ରମ: ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି, ଦିନରେ ବଢୁଛି ତାତି

ଭୁବନେଶ୍ବର – ରାଜ୍ୟରେ ଚଳିତ ମାସରେ ରାତି ତାପମାତ୍ରା ବଢୁଥିବା ବେଳେ ଦିନରେ ବି ପାରଦ ଚଢିବାରେ ଲାଗିଛି । ତେଣୁ ଏବେଠାରୁ ହିଁ ଖରାଦିନ ଭଳି ତାତି ଅନୁଭୂତ ହେବାରେ ଲାଗିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି। [...]

Admin•February 8, 2024
Share Article:

ଭୁବନେଶ୍ବର – ରାଜ୍ୟରେ ଚଳିତ ମାସରେ ରାତି ତାପମାତ୍ରା ବଢୁଥିବା ବେଳେ ଦିନରେ ବି ପାରଦ ଚଢିବାରେ ଲାଗିଛି । ତେଣୁ ଏବେଠାରୁ ହିଁ ଖରାଦିନ ଭଳି ତାତି ଅନୁଭୂତ ହେବାରେ ଲାଗିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି। ଯୋଡାରେ ୧୧.୪ ମି.ମି.ଏବଂ କେନ୍ଦୁଝରରେ ୧.୪ ମି.ମି ବର୍ଷା ହୋଇଛି। ଗତକାଲି ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭୁବନେଶ୍ବରରେ ୩୧.୮ ଏବଂ କଟକରେ ୩୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ ହୋଇଛି। କିରେଇରେ ସବୁଠୁ କମ୍ ୧୪.୪ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ ହୋଇଛି। ୧୭ଟି ସହରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ବୃଦ୍ଧି ପାଇଥିବା ରେକର୍ଡ଼ ହୋଇଛି।

#Odia#Odisha#News
Share Article:

Related Articles