News Room Odisha
BREAKING
Odia

ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ପାଇଁ ଆଜି ଓଡ଼ିଶା ସରକାର- ଜେଏସଡବ୍ଲୁ ଏମ ଓୟୁ

ଭୁବନେଶ୍ୱର – ଓଡ଼ିଶାର ସର୍ବପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଆଜି ଜେଏସଡବ୍ଲୁ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। କଟକ ଜିଲ୍ଲାର ନରାଜ ଓ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ପ୍ରତିଷ୍ଠା ହେବ ଜେଏସଡବ୍ଲୁର କାରଖାନା । ଏହି ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍। ଜେଏସଡବ୍ଲୁର ଏହି [...]

Admin•February 10, 2024
Share Article:

ଭୁବନେଶ୍ୱର – ଓଡ଼ିଶାର ସର୍ବପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ ଆଜି ଜେଏସଡବ୍ଲୁ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। କଟକ ଜିଲ୍ଲାର ନରାଜ ଓ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ପ୍ରତିଷ୍ଠା ହେବ ଜେଏସଡବ୍ଲୁର କାରଖାନା । ଏହି ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍। ଜେଏସଡବ୍ଲୁର ଏହି ପ୍ରକଳ୍ପ ପାଇଁ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ୧୧ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

#Odia#Odisha#News
Share Article:

Related Articles