ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ମେଳା
ଓଳାଶୁଣୀ ଗୁମ୍ଫାରେ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ଦେଖାଦିଏ, ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ । ଏହାର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣି । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳିଥାଏ । କିମ୍ବଦନ୍ତୀ ମତେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ର ଦେବ। ଅରକ୍ଷିତ ଦାସ ଓଡ଼ିଶା ଅନ୍ତର୍ଗତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା [...]
ଓଳାଶୁଣୀ ଗୁମ୍ଫାରେ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ଦେଖାଦିଏ, ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ । ଏହାର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣି । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳିଥାଏ ।
କିମ୍ବଦନ୍ତୀ ମତେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ର ଦେବ। ଅରକ୍ଷିତ ଦାସ ଓଡ଼ିଶା ଅନ୍ତର୍ଗତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବଡ଼ଖେମଣ୍ଡିର ବିଜୟ ନଗରରେ ଆନୁମାନିକ ୧୭୮୦ ଠାରୁ ୧୭୮୮ ମଧ୍ୟରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ପିତା ଥିଲେ ବଡ଼ଖେମଣ୍ଡି ରାଜ୍ୟର ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବ।ପିତାଙ୍କ ଅନ୍ତେ ରାଜସିଂହାସନର ଦାବିଦାର ହୋଇଥିଲେ ମଧ୍ୟ ୧୮ବର୍ଷ ବୟସରେ ଐଶ୍ୱର୍ଯ୍ୟର ମୋହକୁ ତୁଚ୍ଛ କରି ପରଂବ୍ରହ୍ମଙ୍କ ପରମ ତତ୍ତ୍ୱ ଅନ୍ୱେଷଣରେ ଗୃହତ୍ୟାଗୀ ହୋଇ ଯୌବନାବସ୍ଥାରେ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିଲେ । କଥିତ ଅଛି ଯେତେବେଳେ ଅରକ୍ଷିତ ଦାସ ରାଜପ୍ରାସାଦ ତ୍ୟାଗକରି ଏକ ମହାନ ତତ୍ତ୍ୱର ଅନୁସନ୍ଧାନରେ ବାହାରିଥିଲେ, ରାସ୍ତା ମଧ୍ୟରେ ଏହି ଓଳାଶୁଣୀ ପାହାଡ଼ ଦୃଷ୍ଟିଗୋଚର ହୋଇଥିଲା । ସେ ସମଗ୍ର ଜୀବନକୁ ଅରକ୍ଷିତ ଭାବେ ବିତାଇବା ପରେ ଶେଷଜୀବନ ଓଳାଶୁଣୀ ପାହାଡ଼ ଉପରେ କଟାଇ ୧୮୩୭ ମସିହା ମାଘକୃଷ୍ଣ ଏକାଦଶୀ ତିଥିରେ ସମାଧିସ୍ଥ ହୋଇଥିଲେ । ତାଙ୍କର ଶ୍ରାଦ୍ଧ ଦିବସକୁ ଏହି ଓଳାଶୁଣୀ ଗୁମ୍ଫାରେ ମେଳାଉତ୍ସବ ରୂପେ ପାଳନ କରାଯାଏ ।
କେଶ ଯାତ୍ରା: ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ।ଦିନେ ଅମ୍ବିମହାରଣା ନାମ୍ନି ଜଣେବୃଦ୍ଧା ତାଙ୍କକେଶ ପ୍ରସାଧନ କଲାବେଳେ ଗୋଟିଏ ଛିଡି ତଳେ ପଡ଼ିଗଲା । ବହୁ ପୂର୍ବରୁ ଅମ୍ବିଙ୍କ ମନସ୍କାମନା ଜାଣିପାରିଥିବା ଅରକ୍ଷିତ ତାଙ୍କୁ ସେହି କେଶଟିକୁ ନେଇ ସୁରକ୍ଷିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ସେହି କେଶଟି ବଢ଼ିବଢ଼ି ଗୁଚ୍ଛରେ ପରିଣତ ହୋଇଗଲାଣି । ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ବା ସମାଧି ପୂର୍ବଦିନ ସେହି କେଶଗୁଚ୍ଛକୁ ଏକ ଶୋଭାଯାତ୍ରାରେ ସମାଧିପୀଠ ଓଳାଶୁଣୀକୁ ଅଣାଯାଇଥାଏ । ଏହାକୁ କେଶଯାତ୍ରା ନାମରେ ନାମିତ କରାଯାଇଛି ।
ମହାପୁରୁଷଙ୍କର ତିରୋଧାନ ପରେ ଓଳାଶୁଣୀ ପାହାଡ଼ର ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର। ଏହିଠାରେ ଶ୍ରୀଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତ ଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼,ଯହିଁରେ ପୁରାଣ ପ୍ରସିଦ୍ଧ ଗୋକର୍ଣ୍ଣ ବଟ । ଯେଉଁ ବୃକ୍ଷର ପତ୍ର ଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର।ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରି ଚାଲିଛି।ପଶ୍ଚିମ ପାର୍ଶ୍ୱରେ ଶୁଖୁଆପୋଡ଼ା ଗ୍ରାମ । ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼ରୁ ଓଳାଶୁଣିର ଯୋଗା- ଯୋଗକୁ ବିଚ୍ଛିନ୍ନ କରୁଛି ରାଜପଥ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ ।
ଏହିପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେ ବି ପୂଜାପାଇ ଆସୁଛି।ଆହୁରି ମଧ୍ୟ ମହାବୀର,ଗଣେଶ ଓକେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ। ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି। ଏହାମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleକନ୍ଧମାଳ ପୋଲିସକୁ ବଡ଼ ସଫଳତା: କେକେବିଏନ୍ କମାଣ୍ଡର୍ ଦାସୁରୁ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
