ଆମ ହସ୍ପିଟାଲ ଯୋଜନା : ଆଜି ୧୫ଟି ଜିଲ୍ଲାର ୭୩ଟି ରୂପାନ୍ତରିତ ଡାକ୍ତରଖାନାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ହେଉଛି ‘ଆମ ହସ୍ପିଟାଲ’ ଯୋଜନା । ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ସରକାରୀ ଡାକ୍ତରଖାନାର ୫-ଟି ଉପକ୍ରମରେ ରୂପାନ୍ତରୀକରଣ କରାଯିବ । ଏହି ଯୋଜନାରେ ରୂପାନ୍ତରିତ ହୋଇଥିବା ୧୫ଟି ଜିଲ୍ଲାର ୭୩ଟି ଡାକ୍ତରଖାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ଏଥିସହ ‘ଆଇଭିଆର’ ପଦ୍ଧତିରେ ରୋଗୀମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ମଧ୍ୟ ଆଜି ଶୁଭାରମ୍ଭ [...]
ଭୁବନେଶ୍ୱର – ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ହେଉଛି ‘ଆମ ହସ୍ପିଟାଲ’ ଯୋଜନା । ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ସରକାରୀ ଡାକ୍ତରଖାନାର ୫-ଟି ଉପକ୍ରମରେ ରୂପାନ୍ତରୀକରଣ କରାଯିବ । ଏହି ଯୋଜନାରେ ରୂପାନ୍ତରିତ ହୋଇଥିବା ୧୫ଟି ଜିଲ୍ଲାର ୭୩ଟି ଡାକ୍ତରଖାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ଏଥିସହ ‘ଆଇଭିଆର’ ପଦ୍ଧତିରେ ରୋଗୀମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ମଧ୍ୟ ଆଜି ଶୁଭାରମ୍ଭ କରାଯିବ । ଆମ ହସ୍ପିଟାଲଗୁଡିକରେ କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
‘ଆମ ହସ୍ପିଟାଲ’ ଯୋଜନାରେ ୧୪୭ଟି ଡାକ୍ତରଖାନାର ୫-ଟି ରୂପାନ୍ତରଣ କରାଯିବ। ଏଥିପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହା ଦ୍ବାରା ହସ୍ପିଟାଲର ରୂପରେଖ ପରିବର୍ତ୍ତନ କରାଯିବ। ହସ୍ପିଟାଲରେ ନୂଆ କୋଠା ସହ ବିଭିନ୍ନ ଉନ୍ନତମାନର ମେଡିକାଲ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକ ପରିମାଣର ଡାକ୍ତର ଯୋଗାଇବା ସହ ଲୋକମାନଙ୍କ ପାଇଁ ହାତ ପାହାନ୍ତାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦିଆଯିବ।
ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆଜି ଚୌଦ୍ୱାର ଓଟିଏମ ଜମିରେ ବିକଳ୍ପ ବୟନ ଶିଳ୍ପ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
Next Articleବରଗଡ଼ବାସୀଙ୍କ ହେବ ସ୍ୱପ୍ନ ପୂରଣ: ଆଜି ବରଗଡ଼ ଅର୍ବାନ୍ ସିଏଚ୍ସି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
