News Room Odisha
BREAKING
Odia

ଆସିକା ନିକଟରେ ବସ୍- ସ୍କୁଟି ଧକ୍କାରେ ୨ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ନିକଟ କୋଟିନଡା ଥାନା ଅର୍ନ୍ତଗତ କଲେଜ ଛକରେ ଏକ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍କୁଟିରେ ଯାଉଥିବା ଦୁଇ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆସିକାରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ସହ ବିପରୀତ ଦିଗରୁ ଆସୁଥୁବା ସ୍କୁଟି ମୁହାଁମୁହିଁ [...]

Admin•February 18, 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ନିକଟ କୋଟିନଡା ଥାନା ଅର୍ନ୍ତଗତ କଲେଜ ଛକରେ ଏକ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍କୁଟିରେ ଯାଉଥିବା ଦୁଇ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆସିକାରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ସହ ବିପରୀତ ଦିଗରୁ ଆସୁଥୁବା ସ୍କୁଟି ମୁହାଁମୁହିଁ ଧକ୍କା ଘଟିଥିଲା। ଟକ୍କର ଏତେ ସାଂଘାତିକ ଥିଲା ଯେ ଉଭୟ ସ୍କୁଟି ଆରୋହୀ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ। ସେମାନଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କୋଟିନଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହୁଡ଼ି କିମ୍ବା ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

#Odia#Odisha#News
Share Article:

Related Articles