News Room Odisha
BREAKING
Odia

ଉପର ମୁହାଁ ଦିନ ଓ ରାତି ତାପମାତ୍ରା, ରାଜ୍ୟରେ ବଢୁଛି ତାତି

ଭୁବନେଶ୍ୱର – ମାଘ ମାସ ଶେଷ ହେବାକୁ ଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବି ବଢ଼ିବାରେ ଲାଗିଛି । ମାଘ ମାସରେ ଶୀତ ସଂପୂର୍ଣ୍ଣ ଭାବେ ଉଭେଇ ଯାଇଛି । ରାତିର ତାପମାତ୍ରା ବଢ଼ିବାରେ ଲାଗିଛି । ଦିନ ତାପମାତ୍ରା ବି ଅଧିକ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର [...]

Admin•February 20, 2024
Share Article:

ଭୁବନେଶ୍ୱର – ମାଘ ମାସ ଶେଷ ହେବାକୁ ଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବି ବଢ଼ିବାରେ ଲାଗିଛି । ମାଘ ମାସରେ ଶୀତ ସଂପୂର୍ଣ୍ଣ ଭାବେ ଉଭେଇ ଯାଇଛି । ରାତିର ତାପମାତ୍ରା ବଢ଼ିବାରେ ଲାଗିଛି । ଦିନ ତାପମାତ୍ରା ବି ଅଧିକ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ୨୦ ଡ଼ିଗ୍ରୀ ସେଲସିୟସରୁ ଅଧିକ ରହୁଛି । ସ୍ୱାଭାବିକ ତାପମାତ୍ରା ତୁଳନାରେ ୨ ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହୁଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ୨୦ ଡିଗ୍ରୀ ସେଲସିୟସ ରୁ ଅଧିକ ସର୍ବନିମ୍ନ ରାତ୍ରି ତାପମାତ୍ରା ମଧ୍ୟରେ ପୁରୀରେ ୨୫ ଡିଗ୍ରୀ ସେଲସିୟସ,ପାରାଦୀପରେ ୨୪.୪, ଚାନ୍ଦବାଲିରେ ୨୨.୭, ଭୁବନେଶ୍ୱରରେ ୨୨.୧, ବାଲେଶ୍ୱରରେ ୨୧.୫, କଟକରେ ୨୧.୫ ଗୋପାଳପୁରରେ ୨୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଗତକାଲି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଛୁଇଁଥିଲା । ଟିଟିଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୩୬ ଦଶମିକ ୫ ଡିଗ୍ରୀ ସେଲସିୟସ ଲେଖାଏଁ ରେକର୍ଡ କରାଯାଇଥିଲା ।

#Odia#Odisha#News
Share Article:

Related Articles