ବିଶ୍ବର ଶ୍ରେଷ୍ଠ ୧୦୦ ଲଗଜରି ବ୍ରାଣ୍ଡ୍ ମଧ୍ୟରେ ଭାରତର ମାଲାବାର ଗୋଲ୍ଡ, ଟାଇଟନ୍ ସହ ୬ କମ୍ପାନୀ
ମୁମ୍ବାଇ: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ ଓ ଟାଇଟନ ସହ ଅନ୍ୟ ଚାରି ଭାରତୀୟ ଅଳଙ୍କାର କମ୍ପାନୀ ବିଶ୍ୱରେ ଶ୍ରେଷ୍ଠ ୧୦୦ ଲଗଜରି ସାମଗ୍ରୀ ନିର୍ମାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ୧୯ତମ ସ୍ଥାନ ସହ ମାଲାବାର ଗୋଲ୍ଡ ଭାରତର ଅଗ୍ରଣୀ ଘରୋଇ କମ୍ପାନୀ ହୋଇପାରିଛି | ଏହା ପରେ ଟାଟା ଗ୍ରୁପର ଟାଇଟନ୍ କମ୍ପାନୀ ୨୪ତମ ସ୍ଥାନରେ ରହିଛି । ଅଳଙ୍କାର ନିର୍ମାତା କଲ୍ୟାଣ ଜୁଏଲର୍ସ ଏବଂ ଆନନ୍ଦ ଅଲୁକ୍କାସ୍ ଡେଲଏଟ୍ ଗ୍ଲୋବାଲ୍ ଲଗଜରି [...]
ମୁମ୍ବାଇ: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ ଓ ଟାଇଟନ ସହ ଅନ୍ୟ ଚାରି ଭାରତୀୟ ଅଳଙ୍କାର କମ୍ପାନୀ ବିଶ୍ୱରେ ଶ୍ରେଷ୍ଠ ୧୦୦ ଲଗଜରି ସାମଗ୍ରୀ ନିର୍ମାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।
ଏହି ତାଲିକାରେ ୧୯ତମ ସ୍ଥାନ ସହ ମାଲାବାର ଗୋଲ୍ଡ ଭାରତର ଅଗ୍ରଣୀ ଘରୋଇ କମ୍ପାନୀ ହୋଇପାରିଛି | ଏହା ପରେ ଟାଟା ଗ୍ରୁପର ଟାଇଟନ୍ କମ୍ପାନୀ ୨୪ତମ ସ୍ଥାନରେ ରହିଛି । ଅଳଙ୍କାର ନିର୍ମାତା କଲ୍ୟାଣ ଜୁଏଲର୍ସ ଏବଂ ଆନନ୍ଦ ଅଲୁକ୍କାସ୍ ଡେଲଏଟ୍ ଗ୍ଲୋବାଲ୍ ଲଗଜରି ସାମଗ୍ରୀ ତାଲିକା ୨୦୨୩ରେ ଯଥାକ୍ରମେ ୪୬ ଓ ୪୭ତମ ସ୍ଥାନରେ ରହିଛନ୍ତି |
ଏହି ତାଲିକାରେ ଥିବା ଅନ୍ୟ ଦୁଇ ଭାରତୀୟ କମ୍ପାନୀ ଅଳଙ୍କାର ନିର୍ମାତା ସେନକୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଏବଂ ଥାଙ୍ଗାମାଇଲ ଜୁଏଲାରୀ ଯଥାକ୍ରମେ ୭୮ ଓ ୯୮ତମ ସ୍ଥାନରେ ରହିଛନ୍ତି ।
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫ୍ରାନ୍ସର ଲଗଜରି କମ୍ପାନୀ ଏଲଭିଏମ୍ଏଚ୍ ଏହି ତାଲିକାର ଶୀର୍ଷରେ ଅଛି |
ରିପୋର୍ଟରେ କୁହାଯାଇଛି, ଲଗଜରି ଆଇଟମ୍ ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ଯାହା ଘରୋଇ ବ୍ରାଣ୍ଡ୍ ଗୁଡ଼ିକୁ ଆନ୍ତର୍ଜାତୀୟ ସ୍ତରରେ ଉଭା ହେବା ପାଇଁ ଯଥେଷ୍ଟ ସୁଯୋଗ ଦେବ।
ଶ୍ରେଷ୍ଠ ୧୦୦ ଲଗଜରି ସାମଗ୍ରୀ ବିକ୍ରେତାମାନେ ୨୦୨୩ରେ ୩୪୭ ବିଲିୟନ ଡ଼ଲାରର କାରବାର କରିଥିଲେ ଯାହା ଗତବର୍ଷ ତୁଳନାରେ ୧୩.୪ ପ୍ରତିଶତ ଅଧିକ।
ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ଆଜି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ, ମାମଲା କ’ଣ ଜାଣନ୍ତୁ
Next Articleଉପର ମୁହାଁ ଦିନ ଓ ରାତି ତାପମାତ୍ରା, ରାଜ୍ୟରେ ବଢୁଛି ତାତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
