News Room Odisha
BREAKING
Odia

ନିଯୁକ୍ତି ପର୍ବ : ବିଭିନ୍ନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର

ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର । କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବୋରେଟୋରୀ ଟେକ୍ନିସିଆନ, ୮ ଜଣ ଏଏନ୍ଏମ୍, ୯ ଜଣ ଏକ୍ସ-ରେ ଟେକ୍ନିସିଆନ ଓ ୮ ଜଣ ଓ.ଟି ଆସିଷ୍ଟାଣ୍ଟଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବା ୪୮ ଜଣ ହସ୍ତଶିଳ୍ପ ବିକାଶ ଅଧିକାରୀ, [...]

Admin•February 21, 2024
Share Article:

ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର । କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବୋରେଟୋରୀ ଟେକ୍ନିସିଆନ, ୮ ଜଣ ଏଏନ୍ଏମ୍, ୯ ଜଣ ଏକ୍ସ-ରେ ଟେକ୍ନିସିଆନ ଓ ୮ ଜଣ ଓ.ଟି ଆସିଷ୍ଟାଣ୍ଟଙ୍କୁ ଦିଆଯିବ ନିଯୁକ୍ତି ପତ୍ର।

ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବା ୪୮ ଜଣ ହସ୍ତଶିଳ୍ପ ବିକାଶ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକ ଏବଂ ୩ ଜଣ ସମୀକ୍ଷକଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ନିଯୁକ୍ତ ୧୧ ଜଣ କନିଷ୍ଠ ସହାୟକ ଏବଂ କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟରେ ନବନିଯୁକ୍ତ ୯ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ମିଳିବ ନିଯୁକ୍ତି ପତ୍ର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ନିଯୁକ୍ତି ପାଇଥିବା ୧୦୪ ଜଣ ଯୋଗାଣ ନିରୀକ୍ଷକଙ୍କୁ ଦିଆଯିବ ନିଯୁକ୍ତି ପତ୍ର।

ଆଜି ସନ୍ଧ୍ୟାରେ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବା ସହ ଦିଗଦର୍ଶନ ଦେବେ ।

#Odia#Odisha#News
Share Article:

Related Articles