News Room Odisha
BREAKING
Odia

ବସକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍ , ୧୦ ବସ୍ ଯାତ୍ରୀ ଗୁରୁତର ଆହତ

ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରକ୍ – ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା। ଭୁବନେଶ୍ୱରରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ଗତ ରାତିରେ ରାଉରକେଲା ଯାଉଥିଲା। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ମୁହାଁମୁହିଁ ଧକ୍କା [...]

Admin•February 21, 2024
Share Article:

ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରକ୍ – ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା। ଭୁବନେଶ୍ୱରରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ଗତ ରାତିରେ ରାଉରକେଲା ଯାଉଥିଲା। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏଥିଯୋଗୁଁ ଉଭୟ ବସ୍‌ ଓ ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଦୁର୍ଘଟଣାରେ

୧୦ ଜଣ ବସ୍ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ୫ ଜଣ ଆହତ ହୋଇଛନ୍ତି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ଯାତ୍ରୀମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ଼୍ରାଇଭର ଫେରାର ହୋଇଯାଇଛି।

#Odia#Odisha#News
Share Article:

Related Articles