News Room Odisha
BREAKING
Odia

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମୁମ୍ବାଇ – ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ହୃଦଘାତ ପରେ ତାଙ୍କୁ ୨୧ ତାରିଖରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ଶିବସେନା-ବିଜେପି ମେଣ୍ଟ ସରକାରର ସେ ନେତୃତ୍ୱ ନେଇଥିଲେ। ଅବିଭାଜିତ ଶିବସେନାର [...]

Admin•February 23, 2024
Share Article:

ମୁମ୍ବାଇ – ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମନୋହର ଯୋଶୀଙ୍କ ପରଲୋକ ହୋଇଯାଇଛି। ହୃଦଘାତ ପରେ ତାଙ୍କୁ ୨୧ ତାରିଖରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।

ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ଶିବସେନା-ବିଜେପି ମେଣ୍ଟ ସରକାରର ସେ ନେତୃତ୍ୱ ନେଇଥିଲେ। ଅବିଭାଜିତ ଶିବସେନାର ପ୍ରଥମ ନେତା ଭାବେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୨ରୁ ୨୦୦୪ ଯାଏଁ ସେ ଲୋକସଭାର ବାଚସ୍ପତି ଥିଲେ । ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିବା ମନୋହର ଯୋଶୀ ୪୦ ବର୍ଷରୁ ଅଧିକ ସମୟ ଧରି ଶିବସେନା ସହ ଜଡ଼ିତ ଥିଲେ ।

#Odia#Odisha#News
Share Article:

Related Articles