News Room Odisha
BREAKING
Odia

ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ଧାମନଗରରେ ମୋଟର ସାଇକେଲରେ ବୁଲି ଦେଖିଲେ ବନ୍ଧବାଡ, ଘାଇ

ଭଦ୍ରକ -ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ମଧ୍ୟାହ୍ନରେ ଆଖୁଆପଦାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳ ସାହି ଯାଇଥିଲେ ୫-ଟି ଅଧ୍ୟକ୍ଷ ।ସେ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ,ରାସ୍ତା, ମଲ୍ଲୀମାହାର ଏବଂ ଗୌରାଙ୍ଗପୁର ଏସକେଫ ଏବଂ କୋଚିଳା ବ୍ୟାରେଜ ଅନୁଧ୍ୟାନ କରି ଅପରାହ୍ନରେ ଧାମନଗର ବ୍ଲକ ପାଳ ସାହିରେ ପହଞ୍ଚିଥିଲେ ।ସେଠାରେ ଆଇଜିଏମ [...]

Admin•February 24, 2024
Share Article:

ଭଦ୍ରକ -ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ମଧ୍ୟାହ୍ନରେ ଆଖୁଆପଦାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳ ସାହି ଯାଇଥିଲେ ୫-ଟି ଅଧ୍ୟକ୍ଷ ।ସେ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ,ରାସ୍ତା, ମଲ୍ଲୀମାହାର ଏବଂ ଗୌରାଙ୍ଗପୁର ଏସକେଫ ଏବଂ କୋଚିଳା ବ୍ୟାରେଜ ଅନୁଧ୍ୟାନ କରି ଅପରାହ୍ନରେ ଧାମନଗର ବ୍ଲକ ପାଳ ସାହିରେ ପହଞ୍ଚିଥିଲେ ।ସେଠାରେ ଆଇଜିଏମ କଲେଜ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ୫-ଟି ଅଧ୍ୟକ୍ଷ । ଧାମନଗରର ସଡ଼କ ପଥରେ ଯାତ୍ରା ବେଳେ ପଣ୍ଡିଆନ ମୋଟର ସାଇକେଲରେ ବସି ବନ୍ଧ ବାଡ଼ ଏବଂ ଘାଇ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଳା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ସାଂସଦ ମଞ୍ଜୁଲତା ମଣ୍ଡଳ,ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବିଧାୟକ ବ୍ୟାମକେଶ ରାୟ ପ୍ରମୁଖଙ୍କ ସହ ଅନ୍ୟ ନେତା କର୍ମୀ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles