ଯଶସ୍ବୀଙ୍କ ପୁଣି ଏକ ମାଇଲଖୁଣ୍ଟ, ଏକ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ
ରାଞ୍ଚି: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ଜୈସୱାଲ ପଞ୍ଚମ ଭାରତୀୟ ଭାବେ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ତଦୁର୍ଦ୍ଧ୍ବ ରନ୍ କରିଛନ୍ତି । ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଡେବ୍ୟୁ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ରାଞ୍ଚି ଟେଷ୍ଟର ଶେଷ ସେସନରେ ଶୋଏବ ବଶୀରଙ୍କ ବଲରେ ଏକ [...]
ରାଞ୍ଚି: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ଜୈସୱାଲ ପଞ୍ଚମ ଭାରତୀୟ ଭାବେ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ତଦୁର୍ଦ୍ଧ୍ବ ରନ୍ କରିଛନ୍ତି ।
ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଡେବ୍ୟୁ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ରାଞ୍ଚି ଟେଷ୍ଟର ଶେଷ ସେସନରେ ଶୋଏବ ବଶୀରଙ୍କ ବଲରେ ଏକ ସିଙ୍ଗଲ୍ ନେଇ ୫୫ ରନରେ ପହଞ୍ଚିବା ପରେ ଚଳିତ ସିରିଜରେ ୬୦୦ ରନ୍ ପୂରଣ କରିଥିଲେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ସପ୍ତମ ଇନିଂସରେ ଜୈସୱାଲ ଏହି ସଫଳତା ହାସଲ କରିଛନ୍ତି। ଯଶସ୍ବୀ ଜୈସୱାଲ ୭୩ ରନ୍ କରି ସୋଏବ୍ ବଶୀରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ ।
ଚଳିତ ସିରିଜର ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟରେ ଜୟସ୍ୱାଲ ଦ୍ୱିଶତକ ହାସଲ କରିଥିଲେ। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଏକ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ସୁନୀଲ ଗାଭାସ୍କର, ବିରାଟ କୋହଲି, ରାହୁଲ ଦ୍ରାବିଡ ଏବଂ ଦିଲୀପ ସରଦେଶାଇଙ୍କ ଭଳି ଭାରତୀୟ କିମ୍ବଦନ୍ତୀଙ୍କ କ୍ଲବରେ ସାମିଲ ହୋଇଛନ୍ତି ।
ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର, କୋହଲି ଏବଂ ଦ୍ରାବିଡ ନିଜ କ୍ୟାରିୟରରେ ଦୁଇଥର ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।
ଅନ୍ୟପକ୍ଷରେ ୧୯୭୦-୭୧ ମସିହାରେ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ସିରିଜରେ ସରଦେଶାଇ ଏହି ସଫଳତା ହାସଲ କରିଥିଲେ | ୧୯୭୦-୭୧ର ଏହି ସିରିଜରେ ହିଁ ଗାଭାସ୍କର ୪ଟି ଶତକ ଏବଂ ୩ ଅର୍ଦ୍ଧଶତକ ସହ ୭୭୪ ରନ୍ କରି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଏକ ସିରିଜରେ ସର୍ବାଧିକ ରନ୍ କରିଥିଲେ ।
ଟେଷ୍ଟ ସିରିଜରେ ଦୁଇ ଥର ୭୦୦ରୁ ଅଧିକ ରନ୍ କରିବାରେ ଗାଭାସ୍କର ହେଉଛନ୍ତି ଏକମାତ୍ର ଭାରତୀୟ। ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ‘ଲିଟିଲ୍ ମାଷ୍ଟର’ ୪ଟି ଶତକ ଏବଂ ଏକ ଅର୍ଦ୍ଧଶତକ ସହିତ ୬ଟି ଟେଷ୍ଟରେ ୭୩୨ ରନ୍ କରିଥିଲେ ।
ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସ୍କୋର କରିବାରେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ନାମରେ ଅଛି । ବ୍ରାଡମ୍ୟାନ୍ ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟରେ ଚାରି ଶତକ ସହ ୯୭୪ ରନ୍ କରିଥିଲେ।
ରାଞ୍ଚି ଟେଷ୍ଟରେ ବ୍ଯାକଫୁଟରେ ଭାରତ
Next Articleଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ଧାମନଗରରେ ମୋଟର ସାଇକେଲରେ ବୁଲି ଦେଖିଲେ ବନ୍ଧବାଡ, ଘାଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
