News Room Odisha
BREAKING
Odia

ଗମ୍ଭୀରଙ୍କ ପରେ ବିଜେପି ସାଂସଦ ଜୟନ୍ତ ସିହ୍ନା ରାଜନୀତିକୁ କହିଲେ ଅଲବିଦା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ଦିନକରେ ଦଳର ଦୁଇ ଜଣ ସାଂସଦ ସକ୍ରିୟ ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି । ଗୌତମ ଗମ୍ଭୀରଙ୍କ ପରେ ବିଜେପିର ଆଉ ଜଣେ ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଛନ୍ତି ‌। ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ଥିବା ଜୟନ୍ତ ସିହ୍ନା ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି । [...]

Admin•March 2, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ଦିନକରେ ଦଳର ଦୁଇ ଜଣ ସାଂସଦ ସକ୍ରିୟ ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି । ଗୌତମ ଗମ୍ଭୀରଙ୍କ ପରେ ବିଜେପିର ଆଉ ଜଣେ ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଛନ୍ତି ‌।

ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ଥିବା ଜୟନ୍ତ ସିହ୍ନା ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି । ଫେବୃଆରୀରେ ଜୟନ୍ତ ସିହ୍ନାଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ମିଳିଥିଲା । ଜୟନ୍ତ ସିହ୍ନା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କ ପୁଅ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯଶଓ୍ବନ୍ତ ସିହ୍ନା ବିଜେପି ଛାଡ଼ି ଦେଇଥିଲେ ।

ଜୟନ୍ତ ସିହ୍ନା ‘ଏକ୍ସ’ରେ ଲେଖିଛନ୍ତି – ମୁଁ ଦଳର ସଭାପତି ଜେପି ନଡ୍ଡାଙ୍କୁ ମୋତେ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ଅନୁରୋଧ କରୁଛି। ଜଳବାୟୁ ପରିବର୍ତ୍ତନ ସହ ଜଡିତ ଭାରତ ଏବଂ ବିଶ୍ବରେ ଚାଲିଥିବା କାର୍ଯ୍ୟ ଉପରେ ମୁଁ ଧ୍ୟାନ ଦେବାକୁ ଚାହୁଁଛି । ମୁଁ ଦଳର ଆର୍ଥିକ ଓ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରଖିବି।

ସିହ୍ନା କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ମୋତେ ଦେଶ ଓ ହାଜରିବାଗବାସୀଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳିଲା। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜୟନ୍ତ ସିହ୍ନାଙ୍କ ପୂର୍ବରୁ ଶନିବାର ସକାଳେ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ମଧ୍ୟ ରାଜନୀତି ଛାଡ଼ିବାକୁ ସଙ୍କେତ ଦେଇଥିଲେ । ସେ ଏକ ଟ୍ବିଟରେ କହିଥିଲେ – ମୋତେ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଜୀଙ୍କୁ ଅନୁରୋଧ କରିଛି, ଯଦ୍ବାରା ମୁଁ ମୋର କ୍ରିକେଟ୍ ଦାୟିତ୍ଵ ଉପରେ ଧ୍ୟାନ ଦେଇପାରିବି । ତାଙ୍କୁ ଦେଶ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଥିଲେ ଗମ୍ଭୀର।

ବିଜେପି ଖୁବ୍ ଶୀଘ୍ର ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଦଳ ଏଥର ଅଧିକାଂଶ ନୂଆ ଚେହେରାଙ୍କୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି । ଟିକେଟ୍ ସମ୍ଭାବନା ନଥିବାରୁ ବର୍ତ୍ତମାନର କିଛି ସାଂସଦ ସଂଗଠନ କାର୍ଯ୍ୟ ଉପରେ ଧ୍ୟାନ ଦେବେ ବୋଲି ଦଳୀୟ ନେତୃତ୍ବକୁ ଜଣାଇ ଦେଇଛନ୍ତି ।

#Odia#Odisha#News
Share Article:

Related Articles