News Room Odisha
BREAKING
Odia

୯୫୦ କୋଟି ଟଙ୍କାରେ ଏମକେସିଜି ସମ୍ପ୍ରସାରଣ: ଉପକୃତ ହେବେ ରୋଗୀ, ଡାକ୍ତରୀ ଛାତ୍ର ଛାତ୍ରୀ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏମକେସିଜି ମେଡିକାଲ କଲେଜ ହସପିଟାଲ୍)ରେ ଉପଲବ୍ଧ ହେବ ନୂଆ ଭିତ୍ତିଭୂମି। ସମ୍ପ୍ରସାରଣ କୋଠା ପାଇଁ ପ୍ରାୟ ୯୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। ଏହାଦ୍ୱାରା ରୋଗୀ, ଡାକ୍ତରୀ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ସୁଯୋଗ ପାଇବେ। ଏହା ମଧ୍ୟରେ ରହିଛି ୪୫୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ କୋଠା (ବହିଃ ଚିକିତ୍ସା କମ୍ପ୍ଲେକ୍ସ, ୨୮୦ ଶଯ୍ୟା ବିଶିଷ୍ଟ ଜେନେରାଲ୍ ମେଡିସିନ୍ ଅନ୍ତଃ ଚିକିତ୍ସା ବିଭାଗ, ୧୦୦ ଶଯ୍ୟାର [...]

Admin•March 2, 2024
Share Article:

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏମକେସିଜି ମେଡିକାଲ କଲେଜ ହସପିଟାଲ୍)ରେ ଉପଲବ୍ଧ ହେବ ନୂଆ ଭିତ୍ତିଭୂମି। ସମ୍ପ୍ରସାରଣ କୋଠା ପାଇଁ ପ୍ରାୟ ୯୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। ଏହାଦ୍ୱାରା ରୋଗୀ, ଡାକ୍ତରୀ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ସୁଯୋଗ ପାଇବେ।

ଏହା ମଧ୍ୟରେ ରହିଛି ୪୫୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ କୋଠା (ବହିଃ ଚିକିତ୍ସା କମ୍ପ୍ଲେକ୍ସ, ୨୮୦ ଶଯ୍ୟା ବିଶିଷ୍ଟ ଜେନେରାଲ୍ ମେଡିସିନ୍ ଅନ୍ତଃ ଚିକିତ୍ସା ବିଭାଗ, ୧୦୦ ଶଯ୍ୟାର ଚକ୍ଷୁ ଅନ୍ତଃ ଚିକିତ୍ସା ବିଭାଗ, ୨୦ ଶଯ୍ୟା ବିଶିଷ୍ଟ ବର୍ନ କେୟାର୍ ୟୁନିଟ୍, ୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର୍ ୟୁନିଟ୍ ଯଥା ଏମର୍ଜେନ୍ସୀ- ଓଟି- ଆଇସିୟୁ- ଏଚଡିୟୁ ଆଦି ବିଭାଗ, ୫ ଅପରେସନ୍ ଥିଏଟର୍ କମ୍ପ୍ଲେକ୍ସ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ପ୍ରଶାସନିକ ୟୁନିଟ୍, ହସପିଟାଲ୍ ସେବା ଯଥା ରୋଷେଇଶାଳା- ଲଣ୍ଡ୍ରୀ- ସିଏସଏସଡି- ମର୍ଚୁଆରୀ ଆଦି) ରହିବ। ଏଥିସହ ଇଲେକ୍ଟ୍ରିକାଲ ସବଷ୍ଟେସନ୍, ବାସ୍କେଟବଲ୍- ଭଲିବଲ୍- ବ୍ୟାଡମିଣ୍ଟନ୍ କୋର୍ଟ ସମେତ ଜିମ୍ନାସିୟମ୍- ଯୋଗ ପ୍ରକୋଷ୍ଠ- ବହୁମୁଖୀ ଉପଯୋଗୀ ପ୍ରକୋଷ୍ଠ ଏବଂ ଖେଳପଡିଆ, ୪୪ କୋଠରୀ ସମ୍ବଳିତ ଅତିଥି ଭବନ, ୩୦୦ ଲେଖାଏଁ ଶଯ୍ୟା ବିଶିଷ୍ଟ ସ୍ନାତକ ଛାତ୍ରାବାସ ଓ ଛାତ୍ରୀନିବାସ, ୧୫୦ ଲେଖାଏଁ ଶଯ୍ୟା ବିଶିଷ୍ଟ ହାଉସ୍ ସର୍ଜନ୍ ଛାତ୍ରାବାସ ଓ ଛାତ୍ରୀନିବାସ ଆଦି ସୁବିଧା ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନ୍ୟାନ୍ୟ ମେଡିକାଲ୍ କଲେଜ ହସପିଟାଲ୍ ତଥା ଚିକିତ୍ସାଳୟର ଉଦଘାଟନ ତଥା ସମ୍ପ୍ରସାରଣ ନିମନ୍ତେ ଶିଳାନ୍ୟାସ କରିବା ସହ ବ୍ରହ୍ମପୁର ଏମକେସିଜି ସମ୍ପ୍ରସାରଣ ନିମନ୍ତେ ଭର୍ଚୁଆଲରେ ଶୁଭ ଦେଇଛନ୍ତି। ସ୍ଥାନୀୟ ମେଡିକାଲ୍ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବହୁ ଜନ ପ୍ରତିନିଧି, ଏମକେସିଜି ମେଡିକାଲ୍ ଅଧିକ୍ଷକ ଓ କଲେଜ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିଆଯାଇଥିବା ପଦକ୍ଷେପ ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଶେଷ ଧନ୍ୟବାଦ ଜଣାଇ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ।

#Odia#Odisha#News
Share Article:

Related Articles