News Room Odisha
BREAKING
Odia

ଖଲ୍ଲିକୋଟ: ବିଦ୍ୟୁତ୍ ଖୁଣ୍ଟ ସହ‌ ବାଇକ୍ ଧକ୍କାରେ ୨ ବନ୍ଧୁ ମୃତ

ଛତ୍ରପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କାଳେଞ୍ଜିପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୨) ଓ ଗଣେଶ ପ୍ରଧାନ (୧୭) ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଯୁବକ ସହ ମିଶି ଏହି ଦୁଇ ସାଙ୍ଗ ବରଯାତ୍ରୀ ଭାବେ ନିକଟସ୍ଥ ବାଣିଆ ଗ୍ରାମକୁ ବାଇକ୍ ଯୋଗେ ଯାଇଥିଲେ। ସେଠାରେ ମଉଜମସ୍ତି କରି ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଗାଁକୁ ଫେରୁଥିବା ବେଳେ ବାଣିଆ- ଚିକିଲି ରାସ୍ତାରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ [...]

Admin•March 5, 2024
Share Article:

ଛତ୍ରପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କାଳେଞ୍ଜିପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୨) ଓ ଗଣେଶ ପ୍ରଧାନ (୧୭) ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଯୁବକ ସହ ମିଶି ଏହି ଦୁଇ ସାଙ୍ଗ ବରଯାତ୍ରୀ ଭାବେ ନିକଟସ୍ଥ ବାଣିଆ ଗ୍ରାମକୁ ବାଇକ୍ ଯୋଗେ ଯାଇଥିଲେ। ସେଠାରେ ମଉଜମସ୍ତି କରି ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଗାଁକୁ ଫେରୁଥିବା ବେଳେ ବାଣିଆ- ଚିକିଲି ରାସ୍ତାରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। ପିଣ୍ଟୁ ଓ ଗଣେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଖଲ୍ଲିକୋଟ ଥାନା ପୋଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଥାନାରେ କେସ୍ ନମ୍ବର ୧୮୬/୨୪ ରୁଜୁ କରାଯାଇଛି।

#Odia#Odisha#News
Share Article:

Related Articles