News Room Odisha
BREAKING
Odia

ଡିଏମକେ ନେତା ଏ ରାଜାଙ୍କ ପୁଣି ବିବାଦୀୟ ମନ୍ତବ୍ୟ, କହିଲେ ଭାରତ ଏକ ରାଷ୍ଟ୍ର ନୁହେଁ

ଚେନ୍ନାଇ: ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ବରିଷ୍ଠ ନେତା ତଥା ସାଂସଦ ଏ.ରାଜା ପୁଣି ବିବାଦୀୟ ମନ୍ତବ୍ୟ ଦେଇଛ‌ନ୍ତି । ରାଜା କହିଛନ୍ତି ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା ବରଂ ଏହା ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିର ଏକ ଉପମହାଦେଶ। ରାଜାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି । ରାଜା ଦେଶର ‘ବିଭାଜନ’ ପାଇଁ ଆହ୍ବାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜା ଡିଏମକେ ଦ୍ବାରା ଆୟୋଜିତ [...]

Admin•March 5, 2024
Share Article:

ଚେନ୍ନାଇ: ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ବରିଷ୍ଠ ନେତା ତଥା ସାଂସଦ ଏ.ରାଜା ପୁଣି ବିବାଦୀୟ ମନ୍ତବ୍ୟ ଦେଇଛ‌ନ୍ତି । ରାଜା କହିଛନ୍ତି ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା ବରଂ ଏହା ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିର ଏକ ଉପମହାଦେଶ। ରାଜାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି । ରାଜା ଦେଶର ‘ବିଭାଜନ’ ପାଇଁ ଆହ୍ବାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ରାଜା ଡିଏମକେ ଦ୍ବାରା ଆୟୋଜିତ ଏକ ବୈଠକକୁ ସମ୍ବୋଧନ କରୁଥିବା ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ସେ କହୁଛନ୍ତି, ଭାରତ ଏକ ରାଷ୍ଟ୍ର ନୁହେଁ। ଏହାକୁ ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ । ଭାରତ କେବେ ବି ରାଷ୍ଟ୍ର ନଥିଲା କି ନୁହେଁ । ଏକ ରାଷ୍ଟ୍ରର ଅର୍ଥ ଗୋଟିଏ ଭାଷା, ଗୋଟିଏ ପରମ୍ପରା ଏବଂ ଗୋଟିଏ ସଂସ୍କୃତି । ଏଭଳି ବୈଶିଷ୍ଟ୍ୟକୁ ନେଇ ଏକ ରାଷ୍ଟ୍ରର ନିର୍ମାଣ ହୋଇଥାଏ। ”

ରାଜା କହିଛନ୍ତି, “ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏକ ଉପମହାଦେଶ । ଏହାର କାରଣ କ’ଣ? ଏଠାରେ ତାମିଲ ଗୋଟିଏ ରାଷ୍ଟ୍ର ଏବଂ ଗୋଟିଏ ଦେଶ | ମାଲାୟାଲମ୍ ହେଉଛି ଗୋଟିଏ ଭାଷା, ଗୋଟିଏ ରାଷ୍ଟ୍ର ଏବଂ ଗୋଟିଏ ଦେଶ । ଓଡ଼ିଆ ହେଉଛି ଗୋଟିଏ ରାଷ୍ଟ୍ର, ଗୋଟିଏ ଭାଷା ଓ ଗୋଟିଏ ଦେଶ । ଏହିପରି ବିଭିନ୍ନ ଜାତିକୁ ନେଇ ଭାରତର ନିର୍ମାଣ | ତେଣୁ ଭାରତ ଏକ ରାଷ୍ଟ୍ର ନୁହେଁ, ଏହା ବିଭିନ୍ନ ରୀତିନୀତି, ପରମ୍ପରା ଏବଂ ସଂସ୍କୃତିର ଏକ ଉପମହାଦେଶ।”

ଏହି ଡିଏମକେ ନେତା କହିଛନ୍ତି, “ତାମିଲନାଡୁରେ ଗୋଟିଏ ସଂସ୍କୃତି ଓ କେରଳରେ ଏକ ଅଲଗା ସଂସ୍କୃତି ଅଛି। ସେହିଭଳି ଦିଲ୍ଲୀରେ ଓ ଓଡ଼ିଶାରେ ସଂସ୍କୃତି ମଧ୍ୟ ଭିନ୍ନ। ମଣିପୁରରେ ଲୋକେ କୁକୁର ମାଂସ ଖାଆନ୍ତି, ଯାହାକି ସେମାନଙ୍କ ଏକ ସାଂସ୍କୃତିକ ଦିଗ । କାଶ୍ମୀରରେ ଭିନ୍ନ ଏକ ସଂସ୍କୃତି ଅଛି । ପ୍ରତ୍ୟେକ ସଂସ୍କୃତିକୁ ସ୍ୱୀକୃତି ଦେବାକୁ ହେବ । ”

ସେ କହିଥିଲେ, “ଯଦି ଏକ ସମ୍ପ୍ରଦାୟ ଗୋମାଂସ ଖାଏ ତେବେ ଏହାକୁ ଗ୍ରହଣ କର, ଆପଣଙ୍କ ଅସୁବିଧା କ’ଣ? ସେମାନେ କ’ଣ ଆପଣଙ୍କୁ (ଗୋମାଂସ) ଖାଇବାକୁ କହୁଛନ୍ତି କି? ବିବିଧତା ମଧ୍ୟରେ ଏହା ଏକତା | ଆମ ମଧ୍ୟରେ ପାର୍ଥକ୍ୟ ଅଛି ଏବଂ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ”

ରାଜାଙ୍କ ଏପରି ମନ୍ତବ୍ୟ‌‌‌ ପରେ ବିଜେପି ତାଙ୍କୁ ଭର୍ତ୍ସନା କରିଛି ‌। ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି,“ ଡିଏମକେ ପକ୍ଷରୁ ଘୃଣା ଭାଷଣ ଜାରି ରହିଛି। ସନାତନ ଧର୍ମକୁ ଧ୍ୱଂସ କରିବାକୁ ଉଦୟନିଧି ଷ୍ଟାଲିନଙ୍କ ଆହ୍ବାନ ପରେ ବର୍ତ୍ତମାନ ଏ.ରାଜା ଭାରତର ବିଭାଜନ ପାଇଁ ଆହ୍ବାନ କରୁଛନ୍ତି । ଭଗବାନ ରାମଙ୍କୁ ଉପହାସ କରୁଛନ୍ତି, ମଣିପୁରୀ ଲୋକଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ସେ ଏକ ରାଷ୍ଟ୍ର ଭାବେ ଭାରତର ଅବଧାରଣ ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କଂଗ୍ରେସ ଏବଂ ଇଣ୍ଡି (ବିରୋଧୀ ମେଣ୍ଟ ‘ଇଣ୍ଡିଆ’) ମେଣ୍ଟର ଅନ୍ୟ ସହଯୋଗୀ ଦଳ ନୀରବ ରହିଛନ୍ତି। ସେମାନଙ୍କର ତଥାକଥିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ନିରବତା ସ୍ପଷ୍ଟ ବାରି ହୋଇପଡୁଛି। ”

#Odia#Odisha#News
Share Article:

Related Articles