News Room Odisha
BREAKING
Odia

ସନ୍ଦେଶଖାଲି ମାମଲା: ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୁଣି ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ କଲିକତା ହାଇକୋର୍ଟ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ପୁଣି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ କଲିକତା ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ [...]

Admin•March 6, 2024
Share Article:

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ କଲିକତା ହାଇକୋର୍ଟ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ପୁଣି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ କଲିକତା ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ମମତା ସରକାରଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ ।

ସେପଟେ ସିବିଆଇ ସନ୍ଦେଶଖାଲି ମାମଲାରେ ଆଉ ଦୁଇଟି ଏଫଆଇଆର ରୁଜୁ କରିଛି। ରାସନ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଜାନୁଆରୀ ୫ରେ ଶାହାଜାହାନ ଶେଖଙ୍କ ଘରେ ଇଡି ଟିମ୍ ସନ୍ଦେଶଖାଲିରେ ଚଢ଼ାଉ କରିବାକୁ ଯାଇଥିଲେ । ହେଲେ ତାଙ୍କ ସମର୍ଥକମାନେ ଇଡି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ବର୍ତ୍ତମାନ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ସମ୍ପର୍କିତ ତିନୋଟି ମାମଲାର ତଦନ୍ତ ଦାୟିତ୍ୱ ନେଇଛି।

ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ଶାହାଜାହାନ ଶେଖଙ୍କ ହେପାଜତକୁ ସିବିଆଇକୁ ହସ୍ତାନ୍ତର କରିବାକୁ କହିଥିଲେ । କିନ୍ତୁ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି ବୋଲି କହିଛି ପଶ୍ଚିମବଙ୍ଗ ପୋଲିସ । ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗ ପୋଲିସ ଫେବୃଆରୀ ୨୯ରେ ଗିରଫ କରିଥିଲା।

#Odia#Odisha#News
Share Article:

Related Articles