News Room Odisha
BREAKING
Odia

ମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ବଲ୍ ପକାଇଲେ ଶବନୀମ୍ ଇସମାଇଲ୍

ନୂଆଦିଲ୍ଲୀ: ମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ବଲ୍ ପକାଇବାରେ ବିଶ୍ବ ରେକର୍ଡ କରିଛନ୍ତିି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଶବନୀମ୍ ଇସମାଇଲ । ଚଳିତ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଶବନୀମ୍ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଘଣ୍ଟା ପ୍ରତି ୧୩୨.୧ (୮୦.୦୮ ମାଇଲ୍) କିଲୋମିଟର ବେଗରେ ବଲ୍ ପକାଇଥିଲେ । ଶବନୀମଙ୍କ ଏହା ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍ ଥିଲା । ଏହା ମହିଳା କ୍ରିକେଟ୍ ଇତିହାସରେ ସବୁଠୁ [...]

Admin•March 6, 2024
Share Article:

ନୂଆଦିଲ୍ଲୀ: ମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ବଲ୍ ପକାଇବାରେ ବିଶ୍ବ ରେକର୍ଡ କରିଛନ୍ତିି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଶବନୀମ୍ ଇସମାଇଲ । ଚଳିତ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଶବନୀମ୍ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଘଣ୍ଟା ପ୍ରତି ୧୩୨.୧ (୮୦.୦୮ ମାଇଲ୍) କିଲୋମିଟର ବେଗରେ ବଲ୍ ପକାଇଥିଲେ । ଶବନୀମଙ୍କ ଏହା ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍ ଥିଲା । ଏହା ମହିଳା କ୍ରିକେଟ୍ ଇତିହାସରେ ସବୁଠୁ ଦ୍ରୁତତମ ବଲ୍ ଥିଲା।

ଶବନୀମଙ୍କ ଏହି ରେକର୍ଡ ଦ୍ରୁତତମ ବଲକୁ ସାମ୍ନା କରିଥିଲେ କ୍ୟାପିଟାଲ୍ସ ବ୍ୟାଟର ମେଗ୍ ଲାନିଙ୍ଗ୍ । ଏହା ତାଙ୍କ ପ୍ୟାଡକୁ ବାଜିଥିଲା। ଶବନୀମ ଲେଗ୍ ବିଫୋର ଆଉଟ୍ ଅପିଲ କରିଥିଲେ । ହେଲେ ଅମ୍ପାୟର ତାଙ୍କ ଅପିଲ ଖାରଜ କରିଥିଲେ ।‌

ଏହି ମ୍ୟାଚରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୨୯ ରନରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୧୬୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା।

ଏହା ପୂର୍ବରୁ ଶବନୀମ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨୮.୩ କିଲୋମିଟର ବେଗରେ ବୋଲିଂ କରିଥିଲେ। ୨୦୨୨ ମସିହାରେ ମହିଳା ବିଶ୍ୱକପ ସମୟରେ ଇସମାଇଲ ଦୁଇଥର ୧୨୭ କିଲୋମିଟର ବେଗରେ ବୋଲିଂ କରିଥିଲେ।ଏହି ଦକ୍ଷିଣ ଆଫ୍ରିକୀୟ ବୋଲର ମେ ୨୦୨୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

#Odia#Odisha#News
Share Article:

Related Articles