ପୁଣ୍ୟ ପବିତ୍ର ମହେନ୍ଦ୍ରଗିରିକୁ ଛୁଟିଛି ଶିବ ଭକ୍ତଙ୍କ ସୁଅ
ପାରଳାଖେମୁଣ୍ଡି: ସତ୍ୟଯୁଗରେ ଭଗବାନ ମହାଦେବ ଗୋହତ୍ୟା ପାପରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ। ଏହି ପର୍ବତ ଶିଖରରେ ପ୍ରତିଷ୍ଠା କରିଥିଲେ ଗୋକର୍ଣ୍ଣେଶ୍ୱର ମନ୍ଦିର। ଦ୍ଵାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ବନବାସ କରି ଶ୍ରୀନୀଳମାଧବଙ୍କ ପୂଜାର୍ଚ୍ଚନା କରିଥିଲେ। ତ୍ରେତେୟା ଯୁଗରେ ଭଗବାନ ପର୍ଶୁରାମଙ୍କ ଏହା ଥିଲା ତପୋବନ। ବାନର ଶ୍ରେଷ୍ଠ ବୀର ହନୁମାନ ଲଙ୍କାକୁ ଯିବା ପାଇଁ ଏହି ପାହାଡ଼ରୁ ହିଁ ଆକାଶ ମାର୍ଗରେ ଲମ୍ପ ପ୍ରଦାନ କରିଥିଲେ ବୋଲି ଶ୍ରଦ୍ଧାଳୁମାନେ ବିଶ୍ଵାସ କରନ୍ତି। ସେହି ପୁଣ୍ୟ [...]
ପାରଳାଖେମୁଣ୍ଡି: ସତ୍ୟଯୁଗରେ ଭଗବାନ ମହାଦେବ ଗୋହତ୍ୟା ପାପରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ। ଏହି ପର୍ବତ ଶିଖରରେ ପ୍ରତିଷ୍ଠା କରିଥିଲେ ଗୋକର୍ଣ୍ଣେଶ୍ୱର ମନ୍ଦିର। ଦ୍ଵାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ବନବାସ କରି ଶ୍ରୀନୀଳମାଧବଙ୍କ ପୂଜାର୍ଚ୍ଚନା କରିଥିଲେ। ତ୍ରେତେୟା ଯୁଗରେ ଭଗବାନ ପର୍ଶୁରାମଙ୍କ ଏହା ଥିଲା ତପୋବନ। ବାନର ଶ୍ରେଷ୍ଠ ବୀର ହନୁମାନ ଲଙ୍କାକୁ ଯିବା ପାଇଁ ଏହି ପାହାଡ଼ରୁ ହିଁ ଆକାଶ ମାର୍ଗରେ ଲମ୍ପ ପ୍ରଦାନ କରିଥିଲେ ବୋଲି ଶ୍ରଦ୍ଧାଳୁମାନେ ବିଶ୍ଵାସ କରନ୍ତି। ସେହି ପୁଣ୍ୟ ପବିତ୍ର ସ୍ଥାନ ହେଉଛି ଓଡ଼ିଶା- ଆନ୍ଧ୍ରପ୍ରଦେଶ ସୀମାରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତ। ମହାଶିବରାତ୍ରୀ ପାଇଁ ଏହି ସ୍ଥାନକୁ ଦିନକ ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟିଛି। ଶ୍ରଦ୍ଧାଳୁଙ୍କ କୋଳାହଳରେ ପର୍ବତ ଶିଖର ଏବେ ଚଳଚଞ୍ଚଳ ଓ ଭକ୍ତିଭରା ପରିବେଶ ଛାଇ ଯାଇଛି।

ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚରେ ପ୍ରାକୃତିକ ସବୁଜିମା ଭରା ମହେନ୍ଦ୍ର ପର୍ବତମାଳାରେ ରହିଛି ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି। ପ୍ରତିବର୍ଷ ମହାଶିବରାତ୍ରୀରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଜମା ହୋଇଥାନ୍ତି। ଦିନକ ପୂର୍ବରୁ ବହୁ ଭକ୍ତ ଏହି ପାହାଡ଼କୁ ଆସି ଏଠାରେ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଭୋରରୁ ସୂର୍ଯ୍ୟୋଦୟର ବିରଳ ଓ ମନୋହର ଦୃଶ୍ୟ ଉପଭୋଗ କରିଥାନ୍ତି। ଏଠାରେ ପଞ୍ଚୁପାଣ୍ଡବ ଓ ମାତା କୁନ୍ତିଙ୍କ ନାମରେ ନାମିତ ୬ଟି ମନ୍ଦିରରେ ରହିଛି ଅନେକ ଶିବଲିଙ୍ଗ ଯଥା ମହେନ୍ଦ୍ରଶ୍ୱର, ଭୀମେଶ୍ୱର, ଚନ୍ଦ୍ରେଶ୍ୱର, ଧର୍ମରାଜଶ୍ୱର, ଅର୍ଜୁନେଶ୍ୱର, ନକୁଳେଶ୍ୱର, ସହଦେବଶ୍ୱର, କୁବେରଶ୍ୱର, ବ୍ରହ୍ମେଶ୍ବର ଆଦି। ଏହି ସ୍ଥାନରୁ ପ୍ରବାହିତ ହେଉଛି ମହେନ୍ଦ୍ରତନୟା ନଦୀ। ଏଠାରେ ଥିବା ଭୀମ ମନ୍ଦିର ୧୯ ଗୋଟି ପଥରରେ ନିର୍ମିତ। କଥିତ ଅଛି ଯେ ବୀର ଭୀମ ଏକ ଗୋଇଠା ମାରିବାରୁ ପଥରରେ ଫାଟ ସୃଷ୍ଟି ହୋଇଥିଲା। ଭକ୍ତମାନେ ପୂର୍ବ ଦିଗରୁ ସେହି ପଥର ଫାଟରେ ପ୍ରବେଶ କରି ଦର୍ଶନ ସାରି ପଶ୍ଚିମ ଦିଗରେ ବାହାରିଥାନ୍ତି।
ଗୁରୁବାରରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ମହେନ୍ଦ୍ରଗିରି ପର୍ବତ ଶିଖରଖ ଯିବାକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି । ପୁରାଣ ପ୍ରସିଦ୍ଧ ଏହି ଶୈବ ପୀଠରେ ମହାଶିବରାତ୍ରୀ ନିମନ୍ତେ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସପି ସ୍ବାତୀ ଏସ୍. କୁମାରଙ୍କ ତତ୍ତ୍ବାବଧାନରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି। ଲୋକଙ୍କୁ ସୂଚନା ଦେବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯାଇଛି । ଶିଖରକୁ ଯାତ୍ରା ସକାଶେ ଜଣ ପିଛା ୨୦ ଟଙ୍କା ଲେଖାଏଁ ଟିକଟ ମୂଲ୍ୟ ରହିଛି ଧାର୍ଯ୍ୟ ହୋଇଛି । ପାନୀୟ ଜଳ ବ୍ୟବସ୍ଥାରୁ ଆରମ୍ଭ କରି ଆଲୋକୀକରଣ, ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଥିବାର ସୂଚନା ମିଳିଛି।
ଆଜି ପବିତ୍ର ମହାଶିବରାତ୍ରି, ଧାର୍ମିକ ଚେତନାରେ ଏହି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ
Next Articleପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
